ମନୋରଞ୍ଜନ

Humane Sagar ଙ୍କ ଉପରେ ଡାହା ମିଛରେ କମ୍ପ୍ଲେନ କରାଯାଇଛି, ଦେଖନ୍ତୁ Humaneଙ୍କ ସପୋର୍ଟରେ କଣ କହିଲେ Byomkesh

ନମସ୍କାର ବନ୍ଧୁଗଣ, ଓଲିଉଡ ଗାୟକ ଯାହାଙ୍କର ସାରା ଓଡିଶାରେ ନାଁ ରହିଛି ହ୍ୟୁମାନ ସାଗର ତାଙ୍କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚଳାଇଛି । କାହିଁକି ନା ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ତାଙ୍କ ନାଁ ରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏ ନେଇ ଗଣମାଧ୍ୟମରେ ବ୍ୟୋମକେଶ ତ୍ରିପାଠୀ ନିଜର ବୟାନ ଦେଇଛନ୍ତି । ବ୍ୟୋମେକେଶ ତ୍ରିପାଠୀ କହିଛନ୍ତି ଯେ “ଯଦିଓ ମୁଁ ପୁରୁଷ ନିର୍ଯ୍ୟାତନା ପାଇଁ କାମ କରୁଛି ପ୍ରତିଦିନ ପୁରୁଷ ନିର୍ଯ୍ୟାତନା ସହ ମହିଳା ନିର୍ଯ୍ୟାତନା ବି ଦେଖିବାକୁ ମିଳୁଛି ।

ସମାଜରେ ପୁରୁଷ ଓ ମହିଳା ବିନା କେହି ବଞ୍ଚିପାରିବେ ନାହି । ଠିକ ସେହିପରି ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟାଙ୍କ ଭିତରେ ଯେଉଁ ବିବାଦ ଚାଲିଛି ପୁରା ନିରୀକ୍ଷଣ କରିଲେ ଜଣା ପଡିବ ଏଟା ଗୋଟେ ଡାହା ମିଛ । ବିବାହର 7-8 ବର୍ଷ ହେବା ପରେ ହ୍ୟୁମାନ ଓ ଶ୍ରୀୟା ଅଭିଯୋଗ କରିଛନ୍ତି ଯଦି ସେମାନେ ଚାହିଁଥାନ୍ତେ ତେବେ ଆଗରୁ କରିଥାନ୍ତେ । ତାଙ୍କ ଛୁଆ ମୁହଁକୁ ଅନାଇ ସେମାନେ ଦୁହେଁ ଚୁପ ହେବା କଥା ।

ଶ୍ରୀୟା ଯେବେ ଅଭିଯୋଗ କରିଲେ କି ମୋତେ ଧର୍ମ ପରିବର୍ତ୍ତନ କରିବାକୁ କୁହା ଯାଉଥିଲା । କିନ୍ତୁ ହ୍ୟୁମାନ ଙ୍କ ମା ଯେବେ ଦେଖେଇ ଦେଲେ ତାଙ୍କ ଘରେ ଜଗନ୍ନାଥଙ୍କ ପୂଜା ପାଇଁ ବ୍ଯବସ୍ଥା କରା ଯାଇଥିଲା ଆହାଃ କି ସୁନ୍ଦର ତାଙ୍କ ଠାକୁର ଘର । ଯେତିକି ତାଙ୍କର ହେଉଥିଲା ଅତି ସୁନ୍ଦର ଭାବେ ହେଉଥିଲା ତେବେ ଧର୍ମ ପରିବର୍ତ୍ତନ କରିବା କଥା ଆସିଲା କେଉଁଠୁ ?

ଦ୍ଵିତୀୟ ଅଭିଯୋଗ ଥିଲା 10 ଲକ୍ଷ ଟଙ୍କା ଯୌତୁକ ବାବଦରେ ମଗା ଯାଇଥିଲା ଯାହା ଶ୍ରୀୟା କହିଛନ୍ତି । ଅଟେ ତ କାହିଁକି ଲାଗୁନି ହ୍ୟୁମାନଙ୍କ ଅଲଟରନେଟ କେହି ଓଡିଶାରେ ନାହାନ୍ତି । ସେ ମୋର ବନ୍ଧୁ ବାନ୍ଧବ ନୁହେଁ । ତାଙ୍କ ସ୍ତ୍ରୀ ବି ତାଙ୍କ ଗୀତ ରେ ଆକର୍ଷିତ ହୋଇ ପ୍ରେମ କରି ବାହା ହୋଇଛନ୍ତି । ଯଦି 7 ବର୍ଷ ପୂର୍ବରୁ ଭଲ ପାଇବା ଥିଲା ଶ୍ରୀୟାଙ୍କର ହ୍ୟୁମାନ ପ୍ରତି ତେବେ ଆଜି କଣ ଭଲ ପାଇବା ଦୂରେଇ ଗଲା ।

ଯଦି ତୁମକୁ ନିର୍ଯ୍ୟାତନା ଦେଲେ ତେବେ ଥରେ ଚିନ୍ତା କରିବା ପାଇଁ ତୁମର ସ୍ଵାମୀ ସାଧାରଣ ବ୍ୟକ୍ତି ନୁହେଁ ସେ ଜଣେ ପ୍ରତିସ୍ଥିତି ବ୍ୟକ୍ତି ଅଟନ୍ତି । ତାଙ୍କୁ ଓଡିଶାରେ ସମସ୍ତେ ଜାଣିଛନ୍ତି । ଦୀର୍ଘ ବର୍ଷ ଧରି ଯେଉଁ ଅକ୍ଲାନ୍ତ ପରିଶ୍ରମ କରି ନାମ କମାଇଛନ୍ତି ତାହା ମାତ୍ର କିଛି କ୍ଷଣରେ ଦାଣ୍ଡରେ ପଡି ହାଟରେ ଗଡିବ ଏତ ଶ୍ରୀୟା ଚିନ୍ତା କରିବାର ଥିଲା । ହ୍ୟୁମାନ ଓ ତାଙ୍କ ମା କହୁଛନ୍ତି ଯାହା ହେଲା ହେଲା ମୋ ସ୍ତ୍ରୀ ଆଉ ଛୁଆ ଫେରି ଆସିବା ଦରକାର ।

ହ୍ୟୁମାନ ସବୁବେଳେ ବାହାର ରେ ରହୁଛନ୍ତି ନିଜ କାମକୁ ନେଇ । ଆଉ ତାଙ୍କ ମା ବି ବାହାରେ ଚାକିରି କରୁଛନ୍ତି । ତେବେ ଶ୍ରୀୟା ଙ୍କୁ ନିର୍ଯ୍ୟାତନା କିଏ କେତେବେଳେ ଦେଲା” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button