ଦେଶ ବିଦେଶ

୫୦ ବର୍ଷ ପରେ ରକେଟ୍‌ରେ ଚନ୍ଦ୍ରକୁ ‘ଲୁନା-୨୫’ ଲ୍ୟାଣ୍ଡର୍‌ ପଠାଇଲା ରୁଷ୍‌ – Utkal Mail


ମସ୍କୋ: ପ୍ରାୟ ୫୦ ବର୍ଷ ପରେ ଗୁରୁବାର ରାତିରେ ରୁଷ୍‌ ରକେଟ୍‌ ଯୋଗେ ଚନ୍ଦ୍ରକୁ ମହାକାଶ ଯାନ ପଠାଇଥିବା କଥା ‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ରୁଷ୍‌ର ସୁଦୂର ପୂର୍ବ ପ୍ରାନ୍ତରେ ଥିବା ‘ସ୍ପେସ୍‌ପୋର୍ଟ’ରୁ ମଧ୍ୟମଧରଣର ‘ରୋବୋଟିକ୍‌ ଲ୍ୟାଣ୍ଡର୍‌’ ‘ଲୁନା-୨୫’କୁ ନେଇ ଗୋଟାଏ ରକେଟ୍‌ ପୃଥିବୀ ପରିକ୍ରମଣ ପାଇଁ ମହାକାଶକୁ ଯାତ୍ରା କରିଛି। ଏହା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବାକୁ ଉଦ୍ୟମ କରିବ। ଚନ୍ଦ୍ରର ସେ ଭାଗରେ ଥିବା ‘ଜଳ ବରଫ’ ଅନେକ ମହାକାଶ କାର୍ଯ୍ୟକ୍ରମର ଧ୍ୟାନ ଆକର୍ଷଣ କରିଛି। ବୈଜ୍ଞାନିକମାନ‌େ ବି ବର୍ଷ ବର୍ଷ ଧରି ତାହାକୁ ପର୍ଯ୍ୟବେକ୍ଷଣ କରିଆସୁଛନ୍ତି।

Image Courtesy of The New York Times

ଭୋସ୍ତୋଚ୍ନି ଲଞ୍ଚ୍‌ପ୍ୟାଡ୍‌ରୁ ଲୁନା-୨୫କୁ ନେଇ ସୋୟୁଜ୍‌ ରକେଟ୍‌ ମହାକଶ ଯାତ୍ରା ଆରମ୍ଭ କରିଥିଲା। ରୁଷୀୟ ମହାକାଶ ଏଜେନ୍‌ସି ‘ରୋସ୍‌କୋମୋସ୍‌’ ସୂଚନା ଅନୁସାରେ, ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହା ଅଗଷ୍ଟ ୧୬ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଓ ଅଗଷ୍ଟ ୨୧ ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ତା’ପୂର୍ବରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ପାଇଁ ସଠିକ୍‌ ସ୍ଥାନ ଚୟନ କରିବା ଲାଗି ଏହା ୩ରୁ ୭ ଦିନ ସମୟ ନେବ।

ସୂଚନାଯୋଗ୍ୟ, ୧୯୭୬ ପରେ ‘ଲୁନା-୨୫’ ଲ୍ୟାଣ୍ଡର୍‌ ପ୍ରେରଣ ହେଉଛି ରୁଷ୍‌ର ପ୍ରଥମ ଚନ୍ଦ୍ରାଭିଯାନ। ଏହି ମହାକାଶଯାନ ଚନ୍ଦ୍ରରେ ପ୍ରାୟ ବର୍ଷେକାଳ ରହିବା ସହିତ ସେଠାରୁ ନମୁନା ସଂଗ୍ରହ କରିବା ସହିତ ମୃତ୍ତିକା ବିଶ୍ଳେଷଣ କରିବ। ଏଥିସହିତ ଦୀର୍ଘକାଳୀନ ବୈଜ୍ଞାନିକ ଗବେ‌ଷଣାରେ ବି ସହାୟକ ହେବ।

ରୁଷ୍‌ ୟୁକ୍ରେନ ଆକ୍ରମଣ କରିବାର ଅନେକ ବର୍ଷ ଆଗରୁ ରୁଷ୍‌ ଏହି ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତି ଚଳାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button