କ୍ରାଇମ

ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼ – Utkal Mail


ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଧୀନ ଖଇରିପୁର ଗ୍ରାମରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଭଗବାନ ଓଝାଙ୍କ ଘର ଉପରକୁ ଦୁର୍ବୃତ୍ତ। ଆତଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବାର ଅନୁମାନ କରାଯାଉଛି।

ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ ଯାଇଛନ୍ତି। ବୋମାମାଡ଼ରେ ଭଗବାନଙ୍କ ଘର କାନ୍ଥ ଓ ପାଣି ପାଇପ କ୍ଷତିଗ୍ରସ୍ତ ହୋଇଛି। କିଏ ଏବଂ କାହିଁକି ବୋମାମାଡ଼ କରିଛି ତାହା ଜଣାପଡ଼ି ନାହିଁ। ବୁଧବାର ରାତ୍ରି ପ୍ରାୟ ସାଢେ ଗୋଟାଏରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଭିଥିଲା। ପରେ ଘର ସାରା ଧୂଆଁମୟ ହୋଇଯାଇଥିଲା। ପରିବାର ଲୋକ ବାହାରକୁ ଆସିବା ପରେ ବୋମାମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣାସ୍ଥଳରେ ବୋମାରେ ବ୍ୟବହୃତ ସୂତୁଲି ପଡ଼ି ରହିଛି। ଆତଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅନୁମାନ କରିଛନ୍ତି ଗ୍ରାମବାସୀ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button