ଓଡିଶା

୨୧ ଫେବ୍ରୁଆରିରୁ ମାଟ୍ରିକ୍ ପରୀକ୍ଷା: ୩,୧୩୩ କେନ୍ଦ୍ରରେ ପରୀକ୍ଷା, ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା

ଭୁବନେଶ୍ବର: ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୦ ଜିଲ୍ଲାର ୩,୧୩୩ କେନ୍ଦ୍ରରେ ପରୀକ୍ଷା ହେବ। ମୋଟ ୫ ଲକ୍ଷ  ୧୦ ହଜାର ୭୭୮ ପିଲା ପରୀକ୍ଷା ଦେବେ ବୋଲି ‌ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ଗଣମାଧ୍ୟମକୁ କହିଛନ୍ତି।

ଅନଲାଇନ୍ ଏବଂ ଅଫଲାଇନରେ ପିଲାଙ୍କୁ ଆଡମିଟ୍ କାର୍ଡ ଯୋଗାଇ ଦିଆଯିବ। ଫେବ୍ରୁଆରି ୧୦ରୁ ଅନଲାଇନ୍‌ରେ ଆଡମିଟ୍ କାର୍ଡ ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ। ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।

କପି ରୋକିବାକୁ ୪ ପ୍ରକାରର ସ୍କ୍ୱାର୍ଡ ଗଠିତ ହେବ । ବୋର୍ଡ ପକ୍ଷରୁ ଗଠିତ ହେବ ୪୨ ଟି ସ୍କ୍ୱାର୍ଡ ମୋଟ ୧୭୨ ଟି ସ୍କ୍ବାର୍ଡ ଗଠନ ହେବ ।

ବୁକଲେଟ୍‌ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍‌ (କୁଇକ୍‌ ରେସ୍‌ପନ୍ସ) କୋଡ୍‌ ନମ୍ବର ଏବଂ ଷ୍ଟାଟିକ୍‌ କ୍ୟୁ-ଆର୍‌ କୋଡ୍‌ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଆହୁରି ବି ସମସ୍ତ ପରୀକ୍ଷା ଗୋଟିଏ ସିଟିଙ୍ଗରେ ହେବ । ବୋର୍ଡ  ସେନ୍ସର କମାଣ୍ଡ ସିଷ୍ଟମ ଆପଣେଇବ ।

ସୂଚନା ଥାଉକି, ଚଳିତ ବର୍ଷ  ବୋର୍ଡ ପରୀକ୍ଷାରେ କପି ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ଏବଂ ନେଡାଲ ସେଣ୍ଟର ଗୁଡ଼ିକରେ ଏଆଇ କ୍ୟାମେରା ଖଞ୍ଜାଯାଇଛି । ଏଥିସହିତି ୪ ସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ୭୦ ଟିମ୍, ବୋର୍ଡ ପକ୍ଷରୁ ୪୨ ଟିମ୍, ଶିକ୍ଷା ବିଭାଗ ଏବଂ ପୋଲିସ ପ୍ରଶାସନ ସ୍କ୍ବାର୍ଡ ଟିମ୍ ଗଠନ କରାଯାଇଛ। ସିଧା ପ୍ରସାରଣ ଅନୁଧ୍ୟାନ ଲାଗି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ରହିବ ।

କଣ୍ଟ୍ରୋଲ୍‌ ରୁମ୍‌ରେ ବୋର୍ଡ ଅଧିକାରୀମାନେ ବସି ପରୀକ୍ଷା କେନ୍ଦ୍ରରେ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ । ସିଧା ପ୍ରସାରଣ ସମୟରେ ଯଦି କୌଣସି କେନ୍ଦ୍ରର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୁଏ, ବୋର୍ଡ ଦ୍ୱାରା ଗଠିତ ସ୍କାଡ ତ୍ୱରିତ୍ୱ ପଦକ୍ଷେପ ନେବା ସହ କାର୍ଯ୍ୟାନୁଷ୍ଠାନ ନେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button