ରାଜନୀତି

ଜୀଶୁ ହେଉଛନ୍ତି ପ୍ରକୃତ ଭଗବାନ’

ଜୀଶୁ ହେଉଛନ୍ତି ପ୍ରକୃତ ଭଗବାନ

କନ୍ୟାକୁମାରୀ: ୧୫୦ ଭାରତ ଯୋଗ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶୁକ୍ରବାର ବିବାଦିତ କାଥୋଲିକ ପାଦ୍ରୀ ଜର୍ଜ ପୋନ୍ନିଆହଙ୍କୁ କନ୍ୟାକୁମାରୀରେ ଭେଟିଛନ୍ତି। ରାହୁଲ ଗାନ୍ଧୀ ପାଦ୍ରୀଙ୍କ କରିଥିବା ଆଲୋଚନାର ଏକ ଭିଡିଓ କ୍ଲିପ ଏ.ବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ରାହୁଲଙ୍କୁ କହୁଥିବା ଶୁଣିବାକୁ ମିଳୁଛି କି, ଜୀଶୁ ଖ୍ରୀଷ୍ଟ ଭଗବାନଙ୍କର ଏକ ରୂପ କି? ଏହା କଣ ଠିକ? ଯାହାର ଉତ୍ତରରେ ପାଦ୍ରୀ କହୁଛନ୍ତି କି, ଜୀଶୁ ହେଉଛନ୍ତି ପ୍ରକୃତ ଭଗବାନ। ସେ ଆହୁରି କହିଛନ୍ତି, ଭଗବାନ ନିଜକୁ ମଣିଷ ଭାବେ ପ୍ରକଟ କରିଥିଲେ, ଜଣେ ବାସ୍ତବ ମଣିଷ, ଶକ୍ତିଙ୍କ ପରି ନୁହେଁ, ତେଣୁ ଆମେ ତାଙ୍କୁ ମଣିପ କରି ଦେଖିଥାଉ।

ପୋନ୍ନିଆହ ପୂର୍ବରୁ ମଧ୍ୟ ଉତ୍ତେଜକ ବୟାନ ଦେଇ ବିବାଦକୁ ଆସିଛନ୍ତି। ଗତ ବର୍ଷ ଜୁଲାଇ ମାସରେ କାଲିକୁଡିରୁ ତାଙ୍କୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଡିଏମକେ ମନ୍ତ୍ରୀ ଓ ଅନ୍ୟମାନଙ୍କ ବିରୋଧରେ ଘୃଣାସୃଷ୍ଟିକାରୀ ବୟାନ ଦେବାକୁ ନେଇ ଗିରଫ ହୋଇଥିଲେ। ରାହୁଲ ଗାନ୍ଧୀ ଏହି ବିବାଦିତ ପାଦ୍ରୀଙ୍କୁ ଶୁକ୍ରବାର ଭେଟିଛଡ଼୍ତି।

ଏହାକୁ ନେଇ ବିଜେପିର ଜାତୀୟ ପ୍ରବକ୍ତା ସେହଜାଦ ପୁନେୱାଲା ରାହୁଲଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଯିଏ ହିନ୍ଦୁ ଦେବା ଦେବୀଙ୍କୁ ସମାଲୋଚନା କରୁଛନ୍ତି, ସେହି ପାଦ୍ରୀଙ୍କୁ ରାହୁଲ ଗାନ୍ଧୀ ଭେଟିଛନ୍ତି। ସେ ଆହୁରି କହିଛନ୍ତି କି, ପୂର୍ବରୁ ସେ ଗିରଫ ହୋଇଥିଲେ ତାଙ୍କ ପର ବିବାଦୀୟ ବୟାନ ଦେଇ କି, ମୁଁ ଚପଲ ପିନ୍ଧେ କାରଣ ଭାରତ ମାତାର ଅପବିତ୍ରତା ଆମକୁ ସଂକ୍ରମିତ କରି ନ ପାରେ।

ପୁନାଲାୱା ହିନ୍ଦୁ ଧର୍ମ ଓ ଧର୍ମାବଲମ୍ବୀଙ୍କୁ ସର୍ବଦା ଟାର୍ଗେଟ କରି ଆସିଥାନ୍ତି। କେତେବେଳେ ଦେବାଦେବୀଙ୍କୁ ନେଇ କଟୁ ବୟାନ ଦେଇଥାନ୍ତି ତ ପୁଣି କେତେବେଳେ ଦେଶ ମାତୃକା ପ୍ରତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button