ରାଜନୀତି

କେନ୍ଦ୍ର ଗୃହ, ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା : ଲୋକସଭା ପ୍ରବାସ ଯୋଜନା କାର୍ଯ୍ୟକ୍ରମ ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସି୍ଥତ ସ୍ୱୟଂସିଦ୍ଧା ମଣ୍ଡପରେ ଶନିବାର ଅପରାହ୍ନରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶକୁ ଆଗେଇ ନେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଦେଶର ଜନତାଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ଦେବା ସହିତ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଯୁବବର୍ଗଙ୍କ ବିକାଶ ପାଇଁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ପ୍ରଣୟନ କରିଛନ୍ତି । ସମସ୍ତ କେନ୍ଦ୍ରୀୟ ଯୋଜନା ଗୁଡିକର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ସେସବୁର ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଲୋକମାନେ ସାଂସଦ କିମ୍ବା ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯିବାକୁ ପଡୁଥିଲା । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କେନ୍ଦ୍ରମନ୍ତ୍ରୀ ମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ଲୋକଙ୍କ ନିକଟକୁ ଆସି ସେମାନଙ୍କ ସମସ୍ୟା ପଚାରି ବୁଝୁଛନ୍ତି । ଯେମିତି କି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଶ୍ରୀ ପ୍ରାମାଣିକ କେନ୍ଦ୍ରାପଡାକୁ ଗସ୍ତରେ ଆସିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପ୍ରାମାଣିକ ରାଜ୍ୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ଓ ଚିଟଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ସାଧାରଣ ଲୋକଙ୍କ ଅର୍ଥ ଫେରିପାଇବା, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଦୁର୍ନୀତି ପ୍ରଭୃତି ସମ୍ପର୍କରେ ଉଦ୍ଦିଷ୍ଟ ପ୍ରଶ୍ନ ଗୁଡିକୁ ଏଡାଇ ଯାଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ କଣ କଣ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି ସେ ସମ୍ପର୍କିତ ପ୍ରଶ୍ନର ମଧ୍ୟ କୈାଣସି ଉତ୍ତର ରଖିନଥିଲେ ମନ୍ତ୍ରୀ । ମନ୍ତ୍ରୀ ଶ୍ରୀ ପ୍ରାମାଣିକଙ୍କ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପାଇଁ କି କି ଯୋଜନା ବା ପ୍ରକଳ୍ପ ଆଗାମୀ ଦିନରେ ହେବାକୁ ଅଛି କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର କୈାଣସି ଉତ୍ତର ରଖିନଥିଲେ ମନ୍ତ୍ରୀ । କେନ୍ଦ୍ରାପଡା ଜିଲ୍ଲାରେ ଥିବା ୩ଟି ସାମୁଦ୍ରିକ ଥାନାରେ ଆବଶ୍ୟକ ସଂଖ୍ୟକ ଅଧିକାରୀ, କର୍ମଚାରୀ ନଥିବା ବେଳେ ସେହି ଥାନା ଗୁଡିକୁ ଅତ୍ୟାଧୁନିକ ଯନ୍ତ୍ରାଂଶ, ବୋଟ ଓ ମାରଣାସ୍ତ୍ର ପ୍ରଭୃତି ଯୋଗାଇ ଦିଆଯାଇନଥିବା ହେତୁ ସେହି ସବୁ ଥାନା ଗୁଡିକ ସମୁଦ୍ର ଭିତରେ ଅନୁପ୍ରବେଶକାରୀ ଓ ସନ୍ତ୍ରାସବାଦୀଙ୍କ ନିକଟରୁ କିଭଳି ରାଜ୍ୟ ବା ଦେଶକୁ ରକ୍ଷା କରିବେ ବୋଲି ପ୍ରଶ୍ନର କୈାଣସି ଉତ୍ତର ଦେଇନଥିଲେ କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରାମାଣିକ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ପ୍ରଭାରୀ ଯତୀନ୍ଦ୍ର ମହାନ୍ତି, ବିଜେପି ନେତା ସୁନାକର ବେହେରା, ବିଜେପି ରାଜ୍ୟ ସଂଖ୍ୟାଲଘୁ ସେଲ ଉପସଭାପତି ମହମ୍ମଦ ସଲିମ ଖାନ, ଉମାକାନ୍ତ ପଟ୍ଟନାୟକ, ବିଷ୍ଣୁ ଦାସ, ମାନସ ମହାନ୍ତି, ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button