ଦେଶ ବିଦେଶ

ଚନ୍ଦ୍ର ପୃଷ୍ଠ ରେ ନିଜର ଦିଗ ବଦଳାଇଲା ରୋଭର ପ୍ରଜ୍ଞାନ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ନମସ୍କାର ବନ୍ଧୁଗଣ । ଚନ୍ଦ୍ର ପୃଷ୍ଠ ରେ ପ୍ରଥମ ବାଧା ଅତିକ୍ରମ କରିଲା ରୋଭର ପ୍ରଜ୍ଞାନ । ରୋଭର ଆଗରେ ଥିଲା 4 ମିଟର ବ୍ୟାସର ବିରାଟ ଗାତ । ଏହାକୁ ସଫଳତା ର ସହ ଅତିକ୍ରମ କରିଛି ରୋଭର । ଯାହା ଦକ୍ଷିଣ ମେରୁ ରେ ରହିଛି ଯେଉଁଠି ବୈଜ୍ଞାନିକ ଅନୁସନ୍ଧାନ କରୁଛି ରୋଭର । ରୋଭର ଆଗକୁ ବଢିବା ବେଳେ 3 ମିଟର ଆଗରେ ଥିବା 4 ମିଟର ବ୍ୟାସର ଏହି ଗାତ ।

ରାସ୍ତା ବଦଳାଇବାକୁ ରୋଭର କୁ ଦିଆ ଯାଇଥିଲା କମାଣ୍ଡ । ରୋଭର ର ସାମ୍ନା ପଟେ ଲାଗିଥିବା 2ଟି କ୍ୟାମେରା ରାସ୍ତା ରେ ଥିବା ବାଧା କୁ ଦେଖା ଦେଇଥିଲା । ଫଳରେ ରାସ୍ତା ବଦଳାଇବାକୁ ଇଶ୍ରୋ କମାଣ୍ଡର ରୁ ଆସିଥିଲା ନିର୍ଦ୍ଦେଶ । ରୋଭର ପ୍ରଜ୍ଞାନ ସ୍ଵୟଂ କ୍ରିୟା ନୁହେଁ । ଏହାର ଅପରେସନ କୁ ସୀମିତ କରା ଯାଇଛି । ଇଶ୍ରୋ ର କଣ୍ଟ୍ରୋଲ ରୁମରେ ରହିଛି ଏହାର ନିୟନ୍ତ୍ରଣ ।

ପ୍ରତି 5 ମିଟର ଆଗକୁ ଯିବା ପାଇଁ ଥରେ କମାଣ୍ଡ ଦିଆ ଯାଇଛି ରୋଭରତା କୁ । ରୋଭରରେ ଲାଗିଥିବା କ୍ଯାମେରା ପଠାଉ ଥିବା ଚିତ୍ର ର ଅନୁସନ୍ଧାନ କରି ଇଶ୍ରୋ ର କଣ୍ଟ୍ରୋଲ ରୁମରୁ ଯାଉଛି କମାଣ୍ଡ । ସେହିପରି ରୋଭର ର ଗୋଟେ ଅପରେସନର ଅବଧି ପ୍ରାୟ 5 ଘଣ୍ଟା ରହିଛି । ଦକ୍ଷିଣ ମେରୁ ର ଚନ୍ଦ୍ର ପୃଷ୍ଠ ଉପରେ ଗବେଷଣା କରୁଛି ରୋଭର ପ୍ରଜ୍ଞାନ । ସେପଟେ ଆସନ୍ତା ଶନିବାର ସେପ୍ଟେମ୍ବର 2 ତାରିଖ ରେ ରହିଛି ସୂର୍ଯ୍ୟ ମିସନ ।

ସମୟ ପୂର୍ବାହ୍ନ 11:50 ମିନିଟ ସ୍ଥିର ହୋଇଛି । ଶ୍ରୀହରି କୋଟା ର ସତିଶ ଧାବନ ସ୍ପେସ ସେଣ୍ଟର ରୁ ଲଞ୍ଚ ହେବ ଆଦିତ୍ଯ-L1 । ସୂର୍ଯ୍ୟ ଙ୍କ ଉପରେ ଗବେଷଣା ପାଇଁ ମହାକାଶକୁ ଯାତ୍ରା କରିବ ଭାରତର ପ୍ରଥମ ସ୍ପେସ କ୍ରାଫ୍ଟ । ହଲୋ ଅର୍ବିଟ ରେ ଅବସ୍ଥାପିତ ହେବ ଆଦିତ୍ୟ L1 । ସାନ-ଆର୍ଟ ସିଷ୍ଟମର ଲାଗ୍ରାଞ୍ଜ ପଏଣ୍ଟ-1 ଚତୁଃପାର୍ଶ୍ଵ ରେ ହଲୋ ଅର୍ବିଟ ପୃଥିବୀ ଠାରୁ ଦୂରତା 15 ଲକ୍ଷ କିମି ରହିବ ।

ଅର୍ଥାତ ଚନ୍ଦ୍ର ଦୂରତାର 4 ଗୁଣରୁ ଅଧିକ ରାସ୍ତା ଅତିକ୍ରମ କରିବ ଆଦିତ୍ୟ-L 1। ପ୍ରାରମ୍ଭିକ ଭାବେ ଏହି ସ୍ପେସ କ୍ରାଫ୍ଟ ପୃଥିବୀ ର ନିମ୍ନ କକ୍ଷ ରେ ବସ୍ଥାପିତ ହେବ । ପରେ ଦୀର୍ଘ ବୁଲାକାର କକ୍ଷ ପଟ ରେ ଅଗ୍ରସର ହେବେ । ଲାଗ୍ରାଞ୍ଜ ପଏଣ୍ଟ-1 ରେ ପହଞ୍ଚିବା ପାଇଁ ଆଦିତ୍ୟ-L1 କୁ 4 ମାସ ସମୟ ଲାଗିବ । ଏହି ଯାନ ରେ ରହିଛି 7 ପେଲୋଡ ।

ସୂର୍ଯ୍ୟ ର ଫୋଟୋସ୍ପିୟର, କ୍ରୋମୋସ୍ପିୟର ଓ ବାହ୍ୟ ସ୍ତର ଉପରେ ଗବେଷଣା କରିବ ଆଦିତ୍ୟ-L 1। 4ଟି ପେଲୋଡ ସୂର୍ଯ୍ୟ ଆଡକୁ ସିଧା ମୁହଁ କରି ରହିବ । ସୌର ବାୟୁ, ପାଣିପାଗ, କାରୋନାଲ ମାସ୍କ ଇଜେକ୍ସନ ଓ ସୋଲାର ଡିସ୍କ ଉପରେ ଅନୁଧ୍ୟାନ କରିବ ଆଦିତ୍ଯ-L 1। ସୋଲାର ସାଟେଲାଇଟ ଲଞ୍ଚ ଭେକିଲ PSBXL ଦ୍ଵାରା ଲଞ୍ଚ ହେବ ଆଦିତ୍ୟ-L 1।

Related Articles

Leave a Reply

Your email address will not be published. Required fields are marked *

Back to top button