ଓଡିଶା

ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ – Utkal Mail



ପୁରୀ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁଙ୍କ ପ୍ରତିକୃତି ତିଆରି କରି ପ୍ରତ୍ୟେକ ଓଡିଆଙ୍କୁ କାର୍ତ୍ତିକ ପୁର୍ଣ୍ଣିମାର ଶୁଭେଚ୍ଛା ଦେଇଛନ୍ତି ସୁଦର୍ଶନ। ଏହି ବାଲୁକା ଚିତ୍ରକଳାରେ ୫ ହଜାର ଫୁଲକୁ ଅତି ଆକର୍ଷଣୀୟ ଭାବେ ସଜାଇଛନ୍ତି ସୁଦର୍ଶନ।

ପୁରୀ ବେଳାଭୂମିର ନୀଳାଦ୍ରି ବିଚରେ ଏହି ସୁନ୍ଦର ବାଲୁକା ଚିତ୍ରକଳା କରୁଛନ୍ତି ବାଲୁକା ଚିତ୍ରସିଳ୍ପୀ ସୁଦର୍ଶନ ପଟ୍ଟନାୟକ। କାର୍ତ୍ତିକ ପୂର୍ଣ୍ଣିମାରେ ଅତୀତରେ ଓଡିଆ ସାଧବ ପୁଅମାନେ ବାଣିଜ୍ୟ ନିମନ୍ତେ ବୋଇତ ଦ୍ବାରା ବିଦେଶକୁ ଯାତ୍ରା କରୁଥିଲେ। ତାଙ୍କରି ସ୍ମୃତିରେ ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଓଡିଆ ମାନେ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ଭସାଇ ସେହି ସମୃଦ୍ଧ ପରମ୍ପରାକୁ ମନେ ପକାଇ ଥାଆନ୍ତି।

ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଧାର୍ମିକ ଦୃଷ୍ଟି କୋଣରୁ ବୋଇତ ଭସାଇ ମାସକ ଧର୍ମ ରଖିବା ନେଇ ପ୍ରାର୍ଥନା କରି ପ୍ରତେକ ଶ୍ରଦ୍ଧାଳୁ ପୁଷ୍କରିଣୀ, ଜଳାଶୟରେ ବୋଇତ ଭାସାଇବାର ପରମ୍ପରା ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button