ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ପାଦର ଏହି ପଏଣ୍ଟରେ କରନ୍ତୁ ମସାଜ, ନିଦ ନଆସିବା ସମସ୍ୟା ହେବ ଦୂର

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ନିଦ ହେବାର ସମସ୍ୟା ଦେଖିବାକୁ ମିଳୁଛି। ଏହି କାରଣରୁ ଅନେକ ଲୋକ ପ୍ରତ୍ୟେକ ଦିନ ୭ ରୁ ୯ ଘଣ୍ଟା ନିଦ ପୁରା କରିପାରନ୍ତି ନାହିଁ। ଅନେକ ଲୋକଙ୍କୁ କିଛି ଦିନ କିମ୍ବା କିଛି ସପ୍ତାହ ପାଇଁ ଏହି ସମସ୍ୟା ଭୋଗିବାକୁ ପଡିଥାଏ। ଏହିକାରଣରୁ ଏହି ସମସ୍ୟା ଦୂର କରିବା ପାଇଁ ଆକ୍ୟୁପ୍ରେସର ଏକ ଭଲ ବିକଳ୍ପ। ଆକ୍ୟୁପ୍ରେସରରେ କିଛି ପ୍ରେସର ପଏଣ୍ଟ ଉପରେ ମସାଜ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ଆରାମ ମିଳିଥାଏ। ଆପଣ ଚାହିଁଲେ ନିଜେ ମଧ୍ୟ ଆକ୍ୟୁପ୍ରେସର ଦେଇପାରିବେ।

foot

ଭଲ ନିଦ ପାଇଁ ମାତ୍ର ୨ମିନିଟ କରନ୍ତୁ ମସାଜ

ରାତିରେ ଶୋଇବା ପୂର୍ବରୁ ଆପଣ ନିଜେ ୨ମିନିଟ ପାଦ ମସାଜ କରନ୍ତୁ। ଏହାଦ୍ୱାରା ଆପଣ କିଛି ଦିନ ଭିତରେ ନିଜେ ଫରକ୍ ଅନୁଭବ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି କରିବେ ମସାଜ।

-ଏହି ଫୁଟ ମସାଜ ପାଇଁ ପ୍ରତ୍ୟେକ ଘରେ ଉପଲବ୍ଧ ଥିବା ନଡ଼ିଆ ତେଲ ବ୍ୟବହାର କରାଯାଇପାରିବ। ନିଜ ବୁଢା ଆଙ୍ଗୁଳିର ଉପରି ଭାଗରୁ ମସାଜ କରିବା ଆରମ୍ଭ କରନ୍ତୁ। ଏହାପରେ କିଛି ମିନିଟ ପାଇଁ ଆଙ୍ଗୁଳିର ଉପରି ଭାଗକୁ ଦବାଇ ରଖନ୍ତୁ। ଏଭଳି ପ୍ରତିଦିନ କରିବା ଦ୍ୱାରା ଆରାମ ମିଳିବା ସହ ନିଦ ଆସିଥାଏ।

point

-ଏବେ ନିଜ ହାତର ବୁଢା ଆଙ୍ଗୁଳିରୁ ତଳଭାଗକୁ ମସାଜ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଶାନ୍ତ ରହିଥାଏ।

-ବର୍ତ୍ତମାନ ଆପଣ ପାଦର ତଳ ଭାଗରେ ତଳୁ ଉପରକୁ ମସାଜ କରନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ କରନ୍ତୁ।

-ଏହାପରେ ପାଦର ତଳ ଭାଗର ମଧ୍ୟ ଭାଗକୁ ଆଙ୍ଗୁଳି ଦ୍ୱାରା ଦବାନ୍ତୁ। ମାତ୍ର ୨ମିନିଟ ପର୍ଯ୍ୟନ୍ତ ଏହି ମସାଜ କରିବା ଦ୍ୱାରା ସଠିକ ଭାବେ ନିଦ ଆସିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button