ଓଡିଶା

ରାସନକାର୍ଡ କୁ ନେଇ ଆସିଲା ବଡ଼ ଖବର, ଏବେ ସମସ୍ତଙ୍କୁ ମିଳିବ ATM କାର୍ଡ ଏବଂ ATM ରୁ ବାହାରିବ ଚାଉଳ

କଣ୍ଟ୍ରୋଲ ଚାଉଳ ଆଣିବା ପାଇଁ ଏଣିକି ଦୋକାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଏଟିଏମ୍‌କୁ ଗଲେ ଚାଉଳ ନେଇକି ଆସିବେ। ‌ଏଟିଏମ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିବାକୁ ଯାଉଛନ୍ତି।

ସେହିପରି ସାଧାରଣ ନିର୍ବାଚନ-୨୦୨୪ ଘୋଷଣା ଅନୁସାରେ ଚଳିତ ଖରିଫ ଋତୁରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। ତେବେ ପ୍ରଥମ ପର୍ୟ୍ୟାୟରେ ରାଜଧାନୀ ଭୁବନେଶ୍ୱରେ ଚାଉଳ ଏଟିଏମ୍ ଖୋଲାଯିବା ପରେ, ଏହାକୁ ପରେ ପ୍ରତିଟି ଜିଲ୍ଲାରେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ସୂଚନା ମୁତାବକ, ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ଏଟିଏମ୍ ଖୋଲାଯିବ। ଭୁବନେଶ୍ୱରରେ ସପ୍ତାହେ ଭିତରେ ଏହି ଚାଉଳ ଏଟିଏମ୍ ଖୋଲିବ। ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍ କାର୍ଡ ଦିଆଯିବ। ଯାହାଦ୍ୱାରା କି ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇପାରିବ।

ତେବେ ରାଜଧାନୀ ଭୁବନେଶ୍ୱର ପରେ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏଟିଏମ୍ ସେଣ୍ଟର ଖୋଲାଯିବ ବୋଲି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ପ୍ରାୟ ୫୦ ଲକ୍ଷ ମିଛ ବା ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି।

ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମୀକ୍ଷା ପରେ ମନ୍ତ୍ରୀ ଏହି ନିର୍ଦେଶ ଦେଇଛନ୍ତି। ଏଥିସହିତ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ କଡା ଚେତାବନୀ ଶୁଣାଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବଂ ଯେଉଁ ଅସାଧୁ ବ୍ୟବସାୟୀ ମାନେ କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦେଶ।

Related Articles

Leave a Reply

Your email address will not be published. Required fields are marked *

Back to top button