ରାଜନୀତି

ପେଟ୍ରୋଲ ପମ୍ପ ଉଦଘାଟନ ଫଳକୁ ନେଇ ବିଜେଡି- ବିଜେପି ମୁହାଁମୁହିଁ – Utkal Mail


ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ପେଟ୍ରୋଲ ପମ୍ପ ଉଦଘାଟନୀ ଉତ୍ସବକୁ ନେଇ ବିଜେଡି- ବିଜେପି ମୁହାଁମୁହିଁ ହୋଇଛନ୍ତି। ସମବାୟ ବିଭାଗ ପକ୍ଷରୁ ସହରର ସିନେମା ହଲ ଛକରେ ଉଦଘାଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ନାଁ ନଥିବାରୁ ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।  ଏହି ସମୟରେ ବିଜେଡ଼ି ଓ ବିଜେପି ମଧ୍ୟ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା।

ତେବେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ପେଟ୍ରୋଲ ପମ୍ପ ନିର୍ମାଣ ପଛରେ କେନ୍ଦ୍ର ସରକାରଙ୍କ ଅବଦାନ ରହିଛି। ଏହି କାରଣରୁ ଉଦଘାଟନ ଫଳକରେ ପାରଳା ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ନାଁ ରହିବା କଥା। କିନ୍ତୁ ତାହା କରାନ ଯାଇ ବିଜେଡିର କର୍ମୀମାନେ ସେମାନଙ୍କ କର୍ମୀମାନଙ୍କୁ ଆକ୍ରମଣ କରିଛନ୍ତି। ତେବେ ଗଣ୍ଡଗୋଳକୁ ନେଇ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button