ଜୀବନଶୈଳୀ

ଏକ୍ସଟ୍ରା ମେରିଟାଲ ଆଫାୟାର୍ସ ପଛରେ ବି ରହିଛି ଗ୍ରହ ଯୋଗ, ଜାଣନ୍ତୁ କେମିତି

ବହୁତ ସମୟରେ ଶୁଣିବାକୁ ମିଳେ କି କୌଣସି ପୁରୁଷ କିମ୍ବା ମହିଳାଙ୍କର ବିବାହ ପରେ ବି ଅନ୍ୟ ଜଣଙ୍କ ସହ ସମ୍ପର୍କ ଥାଏ । ଯାହାକୁ ଇଂରାଜୀରେ ‘ଏକ୍ସଟ୍ରା ମେରିଟଲ ଆଫେୟାର୍ସ’ ବୋଲି ମଧ୍ୟ କୁହାଯାଏ । କିନ୍ତୁ କଣ ଆପଣ ଜାଣନ୍ତିକି ବହୁତ ସମୟରେ ବ୍ୟକ୍ତି ଜାଣି ଶୁଣି ଏହି କାମ କରି ନ ଥାନ୍ତି । ଏହା ପଛରେ ମଧ୍ୟ ଗ୍ରହ ନକ୍ଷତ୍ର ମାନଙ୍କର ହିଁ ହାତ ରହିଥାଏ । ରାଶି ଅନୁଯାୟୀ ଗ୍ରହ ନକ୍ଷତ୍ର ମାନଙ୍କର ଖରାପ ସ୍ଥିତି ହିଁ ସେମାନଙ୍କୁ ଏହା କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ଆସନ୍ତୁ ଜାଣିବା ସେହି ଗ୍ରହ ମାନଙ୍କ ବିଷୟରେ କିଛି ।

୧.ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ମଙ୍ଗଳ ଲଗ୍ନ ଥାଏ ବା ଜାତକର ୭ମ ଘରେ ଉକ୍ତ ରାଶିର ସ୍ୱାମୀଙ୍କ ସହିତ ରହିବେ ତେବେ ବ୍ୟକ୍ତିର ବହୁ ବିବାହ ଯୋଗ ଉପୁଜିଥାଏ ।

୨.ଜ୍ୟୋତିଷଶାସ୍ତ୍ରଙ୍କ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ଜାତକର ସପ୍ତମ ଘରେ ପାପ ଗ୍ରହ ସହ ଧନେସ ପାପ ଗ୍ରହ ସହ ମିଶି କରି ଥାଏ । ଅବା ନିର୍ବଲ ସପ୍ତମେସ ପାପ ଗ୍ରହ ସହ ମିଶି ଥିବ ତେବେ ବ୍ୟକ୍ତିଙ୍କର ପୁନଃବିବାହ ଯୋଗ ଉପୁଜିଥାଏ । ନିଜର ପୂର୍ବରୁ ବିବାହ ହୋଇଥିଲେ ମଧ୍ୟ ତାଙ୍କର ଦ୍ଵିତୀୟ ବିବାହ ଯୋଗ ଉପୁଜି ଥାଏ ।

extra marital affairs

୩.ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ଓ ଶୁକ୍ର ଅତ୍ୟନ୍ତ ସଶକ୍ତ ଭୂମିକାରେ ଥିବେ ତେବେ ବି ଏହା ଏକ ଭଲ ସଂକେତ ନୁହେଁ । ଏହାର ଅର୍ଥ ବ୍ୟକ୍ତି ନିଶ୍ଚିତ ରୂପେ ଏକ ରୁ ଅଧିକ ବିବାହ କରିବ । ଏହାବାଦ ଯଦି ଲଗନେଶ ଓ ସପ୍ତମେସ ଗ୍ରହଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡେ ତେବେ ବି ବହୁ ବିବାହର ଯୋଗ ଉପୁଜିଥାଏ ।

୪. ଆଉ ମଧ୍ୟ ଯଦି ଜଣଙ୍କ ଜାତକରେ ମଙ୍ଗଳ ଓ ଶୁକ୍ର ଗ୍ରହ ଜାତକର ଦଶମ ଭାଗରେ ବା ତୁଳା ରାଶିରେ ରାହୁ କେତୁ ଥିବେ ତେବେ ବି ଏହା ଏକ ଶୁଭ ସଂକେତ ନୁହେଁ ।

୫. ଯଦି ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ଶୁକ୍ର ଓ ଶନି ପରି ଗ୍ରହ ମାନେ ଏକା ସାଥିରେ ଥିବେ । ବା କୌଣସି ଅଶୁଭ ଗ୍ରହର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡୁଥିବ ତେବେ ବି ବ୍ୟକ୍ତି ପର ସ୍ତ୍ରୀ କିମ୍ବା ପୁରୁଷ ସହ ସମ୍ପର୍କ ସ୍ଥାପନ କରିପାରେ । ଯଦି ଗୁରୁ ନବମ, ପଞ୍ଚମ ଲଗ୍ନରେ ଥିବେ ତେବେ ବ୍ୟକ୍ତି ନିଜକୁ ସମ୍ଭାଳିବାର ସକ୍ଷମ ହୋଇଥାଏ ।

୬. ଯଦି କୌଣସି ବ୍ୟକ୍ତିଙ୍କ ଜାତକର ଦଶମ ଘରେ ଶୁକ୍ର ଓ ବୁଧ ଗ୍ରହ ଏକାଠି ଥିବେ ତେବେ ବି ଜଣେ ବ୍ୟକ୍ତି ବହୁ ବିବାହ କରିପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button