କ୍ରାଇମ

ଚିଟଫଣ୍ଡ ଠକେଇ ମାମଲାରେ ଫସିଲେ ଗୋବିନ୍ଦା, ଓଡ଼ିଶା ଇଓଡବ୍ଲୁ କରିବ ପଚରାଉଚରା – Utkal Mail


ନୂଆଦିଲ୍ଲୀ: ସୁପରଷ୍ଟାର ଗୋବିନ୍ଦାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।  ୨ଲକ୍ଷରୁ ଅଧିକ ଲୋକେ ପ୍ରାୟ ହଜାର କୋଟି ଟଙ୍କା ଅନଲାଇନ ପଞ୍ଜି ସ୍କିମ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ)ରେ ବିନିଯୋଗ କରି ଠକେଇର ଶିକାର ହୋଇଛନ୍ତି।  ଲୋକଙ୍କ ଠାରୁ ଏହି ଟଙ୍କା ଲୁଟ ମାମଲାରେ ଖୁବଶୀଘ୍ର କ୍ରାଇମବ୍ରାଞ୍ଚର ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋବିନ୍ଦାଙ୍କୁ ଜେରା କରିବ ।

ଇଓଡବ୍ଲୁର ଇନ୍ସପେକ୍ଟର ଜେ‌ନେରାଲ ଜେଏନ ପଙ୍କଜ କହିଛନ୍ତି, ‘ ଜୁଲାଇରେ ଗୋଆ ଠାରେ ଆୟୋଜିତ ହୋଇଥିବା ସୋଲାର ଟେକ୍ନୋଲୋଜି ଆଲିଆନ୍ସର ଲଞ୍ଚ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଠକ ସଂସ୍ଥାରେ ବିନିଯୋଗ ପାଇଁ ଗୋବିନ୍ଦା ଲୋକଙ୍କୁ ଉତ୍ସାହିତ କରିଥିଲେ।

ତେବେ ‌ସେ ଏଭଳି ଠକ ସଂସ୍ଥା‌ରେ ବିନିଯୋଗ ପାଇଁ କ‌ାହିଁକି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଗୋବିନ୍ଦାଙ୍କର କ’ଣ ଭୂମିକା ରହିଥିଲା? ଏସବୁ ଦିଗକୁ ଇଓଡବ୍ଲୁ ଖୋଳତାଡ଼ କରିବ ବୋଲି କୁହାଯାଉଥିବା ବେଳେ ଖୁବଶୀଘ୍ର ବମ୍ବେ ଯିବ ଏକ ସ୍ବତନ୍ତ୍ର ଟିମ୍ । ତେବେ ଯେପର୍ଯ୍ୟନ୍ତ ଯାଞ୍ଚ ଶେଷ ହୋଇନାହିଁ ଗୋବିନ୍ଦା ସନ୍ଦିଗ୍ଧ କି ଅଭିଯୁକ୍ତ ବୋଲି କୁହାଯିବ ନାହିଁ। ଯାଞ୍ଚ ଶେଷ ପରେ ଏହି ଘଟଣାରେ ତାଙ୍କର ସମ୍ପୃକ୍ତ କାହିଁକି ଥିଲା ତାହା ଜଣାପଡ଼ିବ।’

ଏହି ଠକେଇ ଘଟଣାରେ ଦୁଇଲକ୍ଷରୁ ଅଧିକ ଲୋକ ଫସି ଯାଇଥିବା ଖବର ମିଳିଛି। ଦୁଇଲକ୍ଷରୁ ଅଧିକ ଲୋକଙ୍କ ଠାରୁ ଏହି ସଂସ୍ଥା ୧,୦୦୦କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଠକେଇ ଘଟଣାକୁ ‌କେନ୍ଦ୍ର କରି ଗୋବିନ୍ଦାଙ୍କୁ ପଚରାଉଚରା କରାଯିବ। ଏହାକୁ ନେଇ କୁହାଯାଉଛି ଗୋବିନ୍ଦା ସଙ୍କଟରେ ପଡ଼ି ପାରନ୍ତି।  କାରଣ ସେ ଲୋକଙ୍କୁ ଅନଲାଇନ ପଞ୍ଜି ସ୍କିମ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ)ରେ ବିନିଯୋଗ କରିବା ପାଇଁ ଉତ୍ସାହିତ କରିଥିଲେ।

 




Related Articles

Leave a Reply

Your email address will not be published. Required fields are marked *

Back to top button