ଦେଶ ବିଦେଶ

ଚେହେରାର ରଙ୍ଗ ମଳିନ ପଡ଼ିଯାଇଛି କି? ଡାଏଟ୍‌ରେ ତୁରନ୍ତ ସାମିଲ କରନ୍ତୁ ଏହି ୫ଟି ଜିନିଷ

ଶରୀରକୁ ସୁସ୍ଥ ରଖିବା ପାଇଁ ଯେତିକି ମାତ୍ରାରେ ଭିଟାମିନ୍ ଏବଂ ମିନେରାଲ୍ସ ଦରକାର ହୋଇଥାଏ, ସେତିକି ମାତ୍ରାରେ ଆଇରନ୍‌ର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ଏହାର ମାତ୍ରା କମିଲେ, ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦିଏ। ଯେପରି ଥକ୍କାପଣ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା, ମାଂସପେଶୀରେ ଯନ୍ତ୍ରଣା, ଚେହେରାର ରଙ୍ଗ ମଳିନ ପଡ଼ିଯିବା, ନଖ ଭାଙ୍ଗିଯିବା, ପରିୟଡ ବେଳେ ଯନ୍ତ୍ରଣା, ମୁଣ୍ଡବିନ୍ଧା, କେଶ ଉପୁଡ଼ିବା ଭଳି ଗମ୍ଭୀର ଲକ୍ଷଣ ସବୁ ଦେଖାଦେଇଥାଏ।

ଶରୀରରେ ଆଇରନ୍‌ର ଅଭାବକୁ ପୂରଣ କରିବା ପାଇଁ ଆପଣଙ୍କ ଡାଏଟ୍‌ରେ ଏହି ୫ଟି ଡ୍ରାଏ ଫ୍ରୁଟସ୍‌କୁ ସାମିଲ କରନ୍ତୁ। କାରଣ, ଏଥିରେ ଭରପୂର ମାତ୍ରାରେ ଆଇରନ ମିଳିଥାଏ। ଆସନ୍ତୁ ଜାଣିବା, କ’ଣ ଏହି ୫ଟି ଲାଭଦାୟକ ଡ୍ରାଏ ଫ୍ରୁଟସ୍‌।

୧.ଆଲ୍‌ମଣ୍ଡ

ଆଲ୍‌ମଣ୍ଡ ଖାଇବା ପ୍ରାୟତଃ ସମସ୍ତଙ୍କର ପସନ୍ଦ। ଯେତେବେଳେ ଶରୀରରେ ଆଇରନର ମାତ୍ରା କମ୍ ହୋଇଯିବ, ସେତେବେଳେ ଆଲ୍‌ମଣ୍ଡ ଖାଆନ୍ତୁ। ୧୦ ଗ୍ରାମ ଶୁଖିଲା ଭଜା ଆଲ୍‌ମଣ୍ଡରେ ପାଖାପାଖି ୦.୫ ମିଲିଗ୍ରାମ ଆଇରନ୍ ରହିଥାଏ। ଏହାଛଡ଼ା କ୍ୟାଲସିୟମ ଏବଂ ମାଗ୍ନେସିୟମ୍ ମଧ୍ୟ ମିଳିଥାଏ।

dry1

୨.କାଜୁ

କାଜୁ ସବୁଠାରୁ ଅଧିକ ଟେଷ୍ଟି ହୋଇଥାଏ। ଏହାସହିତ ହେଲ୍‌ଦି ମଧ୍ୟ ହୋଇଥାଏ। ଏଥିରେ ପୋଟାସିୟମ୍‌, ମାଗ୍ନେସିୟମ, ଫସ୍‌ଫରସ, ପ୍ରୋଟିନ୍‌, ଫାଇବର, ଭିଟାମିନ୍ ଇ, ଭିଟାମିନ୍ ବି୬ ଛଡ଼ା ଆଇରନ୍ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ୧୦ ଗ୍ରାମ କାଜୁରେ ୦.୩ ମିଲିଗ୍ରାମ ଆଇରନ ମିଳିଥାଏ।

୩.ଅଖରୋଟ୍‌

ଅଖରୋଟ୍‌କୁ ବ୍ରେନ୍ ଫୁଡ୍ ମଧ୍ୟ କୁହାଯାଏ। ଏହାକୁ ଖାଇଲେ ସ୍ମରଣଶକ୍ତି ବହୁତ ବଢ଼ିଥାଏ। ୧୪ ଗ୍ରାମ ଅଖରୋଟ୍‌ରେ ୦.୭ ମିଲିଗ୍ରାମ ଆଇରନ୍ ରହିଥାଏ। ପ୍ରତିଦିନ ଅଖରୋଟ୍ ଖାଇଲେ, ଆଇରନର ଅଭାବ ରହିବ ନାହିଁ।

୪.ପିସ୍ତା

ପିସ୍ତାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ଏବଂ ମିନେରାଲ୍ସ ମିଳିଥାଏ। ୨୮ ଗ୍ରାମ ପିସ୍ତାରେ ପାଖାପାଖି ୧.୧ ମିଲିଗ୍ରାମ ଆଇରନ୍ ରହିଥାଏ। ଏଥିରେ ମାଗ୍ନେସିୟମ୍ ଏବଂ ଭିଟାମିନ୍ ମଧ୍ୟ ମହଜୁଦ୍ ରହିଛି।

୫.ଚିନାବାଦାମ

ଚିନାବାଦାମରେ ଆଇରନ୍‌, କ୍ୟାଲସିୟମ ଏବଂ ଫାଇବର ବହୁ ମାତ୍ରାରେ ରହିଥାଏ। ପ୍ରତିଦିନ ଦୁଇଟି ବଡ଼ ଚାମଚ ଚିନାବାଦାମ ଖାଇବାରେ ଶରୀରକୁ ୦.୬ ମିିଲିଗ୍ରାମ ଆଇରନ୍ ମିଳିଥାଏ। ଯଦି ଆପଣଙ୍କ ଶରୀରରେ ଆଇରନର ମାତ୍ରା କମ୍ ରହିଛି, ତା’ହେଲେ ଚିନାବାଦାମ ଖାଇବା ଆରମ୍ଭ କରିଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button