ଦେଶ ବିଦେଶ

ଆଇଏଏସ ସଫଳତାର କାହାଣୀ, ଶେଷ ପ୍ରୟାସରେ ଇଉପିଏସସି କ୍ଲିୟର କରିଥିବା ନମିତା ଶର୍ମାଙ୍କ ଏହି କଥା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ

ଦିଲ୍ଲୀର ନମିତା ଶର୍ମା ସେହି ପାର୍ଥୀମାନଙ୍କ ପାଇଁ ବହୁତ ବଡ ଉଦାହରଣ ଅଟନ୍ତି ଯେଉଁମାନେ କେବଳ ଥରେ-ଦୁଇଥର ଅସଫଳ ହେବା ପରେ ହାର ମାନିଯାଇ ଥାଆନ୍ତି । ନମିତା ଇଉପିଏସସି ପରୀକ୍ଷାରେ ଥରେ କିମ୍ବା ଦୁଇଥର ନୁହେଁ ବରଂ ପୁରା ପାଞ୍ଚ ଥର ଅସଫଳ ହେବା ପରେ ମଧ୍ୟ ହାର ମାନି ନଥିଲେ ଏବଂ ସେପର୍ଯ୍ୟନ୍ତ ଲାଗି ରହିଲେ ଯେପର୍ଯ୍ୟନ୍ତ ସଫଳ ହୋଇ ନାହାଁନ୍ତି । ତାଙ୍କର ଏହି ଯାତ୍ରା ସହଜ ନଥିଲା ତାଙ୍କୁ କେତେ ଥର ଲାଗିଛି ଆଉ ସେ ପାରିବେ ନାହିଁ, ଅନେକ ଥର ଅନ୍ୟ ବିକଳ୍ପ ବି ଅନୁସନ୍ଧାନ କରିଥିଲେ ଏବଂ ଅନେକ ଥର ସେ ନିଜର ସ୍ଵପ୍ନକୁ ବଞ୍ଚାଇବା ପାଇଁ ମଧ୍ୟ ଚିନ୍ତା କରୁଥିଲେ କିନ୍ତୁ ପ୍ରତ୍ୟକ ଥର ସେ ନୂଆ ଶକ୍ତି ସହିତ ଠିଆ ହେଉଥିଲେ । ନମିତାଙ୍କୁ ତାଙ୍କ ପରିବାର ଲୋକ ବହୁତ ସାହସ ଦେଇଥିଲେ ।

ଦିଲ୍ଲୀରେ ଇଞ୍ଜିନିୟରିଙ୍ଗ କରିଥିଲେ ନମିତା

ନମିତା ଦିଲ୍ଲୀରେ ରୁହନ୍ତି ଏବଂ ତାଙ୍କ ବାପା ଦିଲ୍ଲୀ ପୋଲିସରେ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର ଭାବେ କାମ କରୁଛନ୍ତି । ତାଙ୍କ ମାଆ ହାଉସ ୱାଇଫ ଏବଂ ତାଙ୍କର ମଧ୍ୟ ଜଣେ ଭାଇ ଅଛନ୍ତି । ଏମାନେ ସମସ୍ତେ ନମିତାଙ୍କ ସାହସ ବଢାଇବା ସହିତ ଆଉ ଥରେ ପ୍ରୟାସ କରିବା ପାଇଁ ମଧ୍ୟ କହୁଥିଲେ । ନମିତା ଦିଲ୍ଲୀର ଆଇପି ୟୁନିଭର୍ସିଟିରୁ ବିଟେକ କରିଥିଲେ ଏବଂ ଅଫଲାଇନ କ୍ୟାମ୍ପସ ସାକ୍ଷାତକାରରେ ଆଇବିଏମରେ ଚାକିରି ପାଇଁ ମନୋନୀତ ହୋଇଥିଲେ । ନମିତା ଚାକିରି ପାଇଁ ମୁମ୍ବାଇ ଚାଲିଗଲେ ।

ଦୁଇବର୍ଷ ଚାକିରି କରିବା ପରେ ସେ ଇଉପିଏସସି ପରୀକ୍ଷା ଦେବାକୁ ଚିନ୍ତା କଲେ । ୨୦୧୮ ପୂର୍ବରୁ ସେ ନିଜର ପଦକ୍ଷେପକୁ ଗମ୍ଭୀର ଭାବେ ମାନି ନଥିଲେ । ତାହା ପରର ତିନୋଟି ପଦକ୍ଷେପ ପାଇଁ ତାଙ୍କୁ ଲାଗୁଥିଲା କି କେତେକରେ ସେ ପ୍ରସ୍ତୁତ ନଥିଲେ ଏବଂ କେତେକରେ ରଣନୀତି ଭୁଲ ଥିଲା ।

 

ସବୁଠାରୁ ବଡ ଝଟକା ଥିଲା ପଞ୍ଚମ ପଦକ୍ଷେପ

ନମିତା ଏକ ସାକ୍ଷାତକାରରେ କହିଛନ୍ତି କି ତାଙ୍କୁ ଜୀବନରେ ସବୁଠାରୁ ବଡ ଝଟକା ସେତବେଳେ ଲାଗିଥିଲା ଯେତବେଳେ ୨୦୧୭ ପରୀକ୍ଷାରେ ଉଭୟ ପ୍ରି ଏବଂ ମେନ କ୍ଲିୟର କରିବା ପରେ ମଧ୍ୟ ତାଙ୍କୁ ଚୟନ କରାଯାଇନଥିଲା । ଏହି ଝଟକାରୁ ମୁକ୍ତି ପାଇବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା । ସେ ଅନୁମାନ କରିଥିଲେ ଏଥର ସେ ନିଶ୍ଚୟ ଚୟନ ହେବେ । ଏପରିକି ସେ ୨୦୧୮ ପାଇଁ ପ୍ରିର ପ୍ରସ୍ତୁତି ମଧ୍ୟ କରିନଥିଲେ କିନ୍ତୁ ରେଜଲ୍ଟ ଆସିବା ପରେ ଯେତବେଳେ ସେ ତାଲିକାରେ ନିଜର ନାମ ନଥିବାର ଦେଖିଲେ ଏବଂ ପରିବାର ଲୋକ ବାଧ୍ୟ କରିବାରୁ ସେ ଆବେଦନର ଶେଷ ଦିନ ହିଁ ଫର୍ମ ଭରିଲେ ।

ଅଧିକାରୀ ମାନେ ସପୋର୍ଟ କଲେ

ୟୁପିଏସସି ପ୍ରସ୍ତୁତି ସମୟରେ ନମିତା ଏସଏସସି ସିଜିଏଲ ପରୀକ୍ଷାରେ ଉତିର୍ଣ୍ଣ ହୋଇଥିଲେ । ଚୟନ ହେବା ପରେ ସେ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦରେ କାର୍ଯ୍ୟ କରିଥିଲେ । ସେଠାରେ ତାଙ୍କ ସିନିୟରମାନେ ତାଙ୍କୁ କହିଲେ କି ସେ ଏହି ଚାକିରିରୁ ଅଧିକ ପାଇବାକୁ ସକ୍ଷମ ଏବଂ ସେ ପୁଣିଥରେ ନିଜର ପ୍ରସ୍ତୁତି ଆରମ୍ଭ କରିବା ଉଚିତ । ତାଙ୍କର ଅଧିକାରୀମାନେ ତାଙ୍କୁ କେବଳ ସପୋର୍ଟ କରିନଥିଲେ ବରଂ ଇଣ୍ଟରଭ୍ୟୁ ପାସ କରିବାର ଟିପ୍ସ ମଧ୍ୟ ଦେଇଥିଲେ । ଏହାଦ୍ୱାରା ନମିତାଙ୍କୁ ବହୁତ ସାହାଯ୍ୟ ମିଳିଥିଲା । ନମିତା ୨୦୧୮ରେ ଶେଷ ପଦକ୍ଷେପରେ ମନୋନୀତ ହେବା ପରେ ସେ ଶାନ୍ତିର ନିଶ୍ଵାସ ନେଇଥିଲେ ।

ରିଭିଜନକୁ ଜରୁରୀ ମାନୁଥିଲେ

ନମିତା କହନ୍ତି କି ଏହି ପରୀକ୍ଷାର ସିଲାବସ କେବଳ ପଢିଲେ ହେବ ନାହିଁ ରିଭିଜନ କରିବା ବହୁତ ଦରକାର ଅଟେ । ରିଭିଜନ ବିନା ଆପଣଙ୍କର ସବୁ ପ୍ରସ୍ତୁତି ବେକାର ଅଟେ । ଏହା ସହିତ ଲେଖିବାର ମଧ୍ୟ ବହୁତ ଅଭ୍ୟାସ କରିବା ଉଚିତ । ତୁମେ ଯେତେ ଅଧିକ ଲେଖିବ ତୁମେ ସେତେ ନିଶ୍ଚିନ୍ତ ହେବ ଯେ ମୁଁ କିଛି ବାକି ରଖିନାହିଁ । ନମିତା କହନ୍ତି କି ତୁମେ ଯେତେ ବି ଅସଫଳ ହୁଅ କିନ୍ତୁ ମନରେ କେବେ ନିଜକୁ ଅସଫଳ ମାନନ୍ତୁ ନାହିଁ ।

ଯେଉଁମାନେ ତୁମକୁ ଡିମୋଟିଭେଟ କରନ୍ତି ସେମାନଙ୍କ କଥା କେବେ ହେଲେ ଶୁଣନ୍ତୁ ନାହିଁ । ସେ ନିଜର ସମ୍ପର୍କୀୟ ଏବଂ ପଡୋଶୀ ମାନଙ୍କର ଉଦାସୀନ କଥାରୁ ଦୂରେଇ ରହିବା ପାଇଁ ସେ ମୁମ୍ବାଇ ଯାଇ ସେଠାରେ ହଷ୍ଟେଲ ରେ ରହି ପ୍ରସ୍ଥୂତି କରୁଥିଲେ । ୨୦୧୮ରେ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଗଲା ଏବଂ ସେ ମନୋନୀତ ହୋଇଗଲେ । ନମିତାଙ୍କ କାହାଣୀ ଧର୍ଯ୍ୟର ଏକ ନିଆରା କାହାଣୀ ଅଟେ ଯେଉଁଠାରେ ବାରମ୍ବାର ଅସଫଳ ହେବା ପରେ ମଧ୍ୟ ସେ ଚେଷ୍ଟା କରିବା ବନ୍ଦ କରିନଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button