କ୍ରୀଡା

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସୂର୍ଯ୍ୟକୁମାର, କିଶନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟି-୨୦ ଓ ଦିନିକିଆ ଫର୍ମାଟ୍‌ର ଦୁଇ ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନଙ୍କୁ ପ୍ରଥମ କରି ଟେଷ୍ଟ ଦଳରେ ସ୍ଥାନ ମିଳିଛି।

ସେହିପରି ଦଳରେ ୪ଜଣ ପେସ୍ ବୋଲରଙ୍କୁ ସ୍ଥାନ ମିଳିଛି। ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଜୟଦେବ ଉନାଦକତ ପେସ୍ ବିଭାଗ ସମ୍ଭାଳିବେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ସମେତ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ସ୍ପିନର ଭାବେ ସ୍ଥାନ ପାଇଛନ୍ତି।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସାମିଲ କରାଯାଇଥିଲେ ହେଁ ଫିଟନେସ୍ ପରୀକ୍ଷା ରିପୋର୍ଟ ଉପରେ ତାଙ୍କ ଖେଳିବା
ନିର୍ଭର କରିବ।

ଭାରତୀୟ ଟେଷ୍ଟ ଦଳ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, କେଏସ୍ ଭରତ(ୱିକେଟ୍ କିପର), ଇଶାନ କିଶନ(ୱିକେଟ୍ କିପର), ଆର୍ ଅଶ୍ବିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ୍, ସୂର୍ଯ୍ୟ କୁମାର ଯାଦବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button