ରାଜନୀତି

ଇଣ୍ଡିଆ ଜିତିବ, ନହେଲେ ସାରା ଦେଶ ମଣିପୁର ଓ ହରିୟାଣା ହୋଇଯିବ: ଷ୍ଟାଲିନ – Utkal Mail


ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ ତାଙ୍କ ପୋଡ଼କାଷ୍ଟ ସିରିଜର ପ୍ରଥମ ଏପିସୋଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜେପି ନିନ୍ଦା କରିଛି। ବିଜେପି କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଭାରତୀୟଙ୍କ ଜମାଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବାକୁ କେବେହେଲେ ପ୍ରତିଶ୍ରୁତି ଦେଇ ନ ଥିଲେ, ଏ ନେଇ ପୋଡ଼କାଷ୍ଟରେ ମିଥ୍ୟା ଦାବି କରାଯାଇଛି। ମାଲୟାଲମ, ତାମିଲ, ତେଲୁଗୁ, କନ୍ନଡ଼ ଓ ହିନ୍ଦୀରେ ଆଜି ସକାଳେ ପ୍ରସାରିତ ପୋଡ଼କାଷ୍ଟରେ ଷ୍ଟାଲିନ ଦାବି କରିଛନ୍ତି ଯେ, ଗତ ୯ ବର୍ଷରେ ବିଜେପି କୌଣସି ପ୍ରାକ୍-ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିନାହିଁ। ପ୍ରତ୍ୟେକଙ୍କ ଜମାଖାତାରେ ୧୫ ଲକ୍ଷ ଟଙ୍କା ଜମା କରାଯିବ, କୃଷକଙ୍କ ଆୟ ଦୁଇଗୁଣ କରାଯିବ ଏବଂ ବର୍ଷକୁ ଦୁଇ କୋଟି ଚାକିରି ଦିଆଯିବ ବୋଲି ମୋଦୀ କହିଥିଲେ ବୋଲି ଷ୍ଟାଲିନ ଦାବି କରିଛନ୍ତି।

ଷ୍ଟାଲିନ ପୁଣି କହିଥିଲେ ଯେ, ଇଣ୍ଡିଆ ମେଣ୍ଟ ନିଶ୍ଚୟ ଜିତିବା ଉଚିତ, ନ ହେଲେ ସାରା ଦେଶ ମଣିପୁର ଓ ହରିୟାଣାରେ ପରିଣତ ହୋଇଯିବ। ମଣିପୁରର ଜାତିଆଣ ହିଂସା ଓ ହରିୟାଣାରେ ଧାର୍ମିକ ଶୋଭାଯାତ୍ରା ଉପରେ ଆକ୍ରମଣରୁ ସୃଷ୍ଟି ହୋଇଥିବା ହିଂସାକୁ ଲକ୍ଷ୍ୟ କରି ସେ ଏହା କହିଥିଲେ। ବିଭିନ୍ନ ବିଫଳତାକୁ ଘୋଡ଼ାଇବା ପାଇଁ ବିଜେପି ସାମ୍ପ୍ରଦାୟିକତାକୁ ଆପଣଉଛି ବୋଲି ସେ କହିଥିଲେ। ସେ ୨୦୦୨ ଗୁଜରାଟ ଦଙ୍ଗା ସମ୍ପର୍କରେ ଉଲ୍ଲେଖ କରି କହିଥିଲେ ଯେ, ୨୦୦୨ରେ ଗୁଜରାଟରେ ପ୍ରଦର୍ଶିତ ଘୃଣାର ଭାବ ହିଁ ମଣିପୁରରେ ଜାତିଆଣ ଓ ହରିୟାଣାରେ ସାମ୍ପ୍ରଦାୟିକ ହିଂସାର ରୂପ ନେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button