ଦିନିକିଆ ବିଶ୍ୱକପ ୨୦୨୩: ବାଦ୍ ପଡ଼ିଲେ ଚହଲ-ତିଳକ, ଆଶ୍ଚର୍ଯ୍ୟ କଲା ରାହୁଲଙ୍କ ଏଣ୍ଟ୍ରି – Utkal Mail
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସିଆ କପ୍ ଖେଳୁଛି। ଏହା ପରେ ଦଳକୁ ଭାରତରେ ଦିନିକିଆ ବିଶ୍ୱକପ ଖେଳିବାକୁ ହେବ। ଏଥିପାଇଁ ଆଜି ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବିଶ୍ୱକପ ଖେଳିବ ବୋଲି ଜଣାପଡ଼ିଛି।
ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି ଖବର ହେଲା ଏସିଆ କପ୍ ପରେ ଏବେ ଦିନିକିଆ ବିଶ୍ବକପରେ ୟୁଜବେନ୍ଦ୍ର ଚହଲଙ୍କୁ ୧୫ଜଣିଆ ଦଳରେ ସୁଯୋଗ ମିଳିନାହିଁ। ଏହା ସହ ଏସିଆ କପରେ ଟ୍ରାଭେଲ ରିଜର୍ଭ ଭାବରେ ଦଳରେ ଥିବା ସଞ୍ଜୁ ସାମସନ ମଧ୍ୟ ଏହି ତାଲିକାରୁ ବାଦ ପଡିଛନ୍ତି। ଏପରିକି ତିଳକ ବର୍ମାଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ଏଥି ସହିତ ଏସିଆ କପରେ ଗୋଟିଏ ବି ମ୍ୟାଚ୍ ଖେଳି ନଥିବା କେ.ଏଲ୍ ରାହୁଲ ବିଶ୍ୱକପ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି।
ଦିନିକିଆ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର ୫ରୁ ଆରମ୍ଭ ହେବ। ଓପନିଂ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଗତ ବିଶ୍ୱକପ୍ର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡକୁ ହରାଇଥିଲା। ଏଥର ବିଶ୍ୱକପ୍ର ଟାଇଟଲ୍ ମ୍ୟାଚ୍ ନଭେମ୍ବର ୧୯ରେ ଅହମଦାବାଦରେ ଖେଳାଯିବାକୁ ଥିବା ବେଳେ କିଏ ଟ୍ରଫି ହାତେଇବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡ୍: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମରା, ଶୁଭମନ ଗିଲ୍, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶ୍ରେୟସ୍ ଅୟର, ରବିନ୍ଦ୍ର ଜାଦେଜା, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି, ଅକ୍ଷର ପଟେଲ ଏବଂ ଶାର୍ଦ୍ଦୁଲ ଠାକୁର।