ନୀତି

ଭୁଲରେ ବି ଠାକୁର ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ , ଭୋଗିବାକୁ ପଡିପାରେ ଓଲଟା ଫଳ

ଆମ ସମସ୍ତଙ୍କ ଘରେ ସର୍ବପ୍ରଥମେ ଠାକୁର ଘରଟିଏ ନିହାତି ଥିବ । ଏହାର ଅବସ୍ଥିତି ଘର ଉପରେ ବହୁ ପ୍ରଭାବ ପକାଇଥାଏ । ତେଣୁ ଏହାକୁ ଘରର ସଠିକ୍ ଦିଗରେ ରଖିବା ନିହାତି ଆବଶ୍ୟକ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂଜା ସ୍ଥାନ ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ କରିବା ଶୁଭ ହୋଇଥାଏ।ଏହି ଦିଗରେ ଠାକୁର ଘର ରହିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ତେବେ ଏସବୁ ପରେ ମଧ୍ୟ ଏମିତି କିଛି ସାମଗ୍ରୀ ରହିଛି ଯାହାକୁ ନିଜ ଠାକୁର ଘରେ ରହିବା ଅନୁଚିତ୍ ଅଟେ ।

ତେଣୁ ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଠାକୁରଙ୍କ ପୂଜା ଘରେ ରଖିବା ଅନୁଚିତ୍ :

ganesh-ଠାକୁରଙ୍କଘରେ ସମସ୍ତେ ଗଣେଶଙ୍କର ମୂର୍ତ୍ତି ରଖିଥାନ୍ତି। କିନ୍ତୁ ପୂଜା ଘରେ ତିନୋଟି ଗଣେଶ ମୂର୍ତ୍ତି ରଖିବା ଅନୁଚିତ୍ । ଏହାକୁ ଅଶୁଭ ବୋଲି ଧରାଯାଏ। ତେଣୁ ପୂଜା ଘରେ ଗଣେଶଙ୍କର ଗୋଟିଏ ହିଁ ମୂର୍ତ୍ତି ରଖନ୍ତୁ।

siv-ଆପଣ ପୂଜା ଘରେ ଶିବଲିଙ୍ଗ ରଖିଛନ୍ତି କି? ତେବେ ଏହାକୁ ଶୁଭ ବୋଲି ଧରାଯାଇଥାଏ। କିନ୍ତୁ ମନେ ରଖନ୍ତୁ ଶିବଲିଙ୍ଗ କେବଳ ଆଙ୍ଗୁଠି ଉଚ୍ଚାର ହିଁ ରଖନ୍ତୁ। ଅଧିକ ବଡ଼ ଶିବଲିଙ୍ଗ ରଖିବା ଅଶୁଭ ହୋଇଥାଏ।

pooja-ଶାସ୍ତ୍ର ଅନୁସାରେ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା ଘରେ ରଖିବା ଅନୁଚିତ୍। ମୂର୍ତ୍ତି ଭାଙ୍ଗିଗଲେ ଏହାକୁ ନଦୀରେ ବିସର୍ଜନ କରିଦିଅନ୍ତୁ ଏବଂ ନୂଆ ମୂର୍ତ୍ତି ପ୍ରତିଷ୍ଠା କରନ୍ତୁ ।

sankha-ସେହିପରି ପୂଜା ଘରେ ଶଙ୍ଖ ରଖିବା ଶୁଭ ହୋଇଥାଏ। କିନ୍ତୁ ମନେରଖନ୍ତୁ ଠାକୁର ଘରେ କେବଳ ଗୋଟିଏ ଶଙ୍ଖ ହିଁ ରଖନ୍ତୁ। ଏକାଧିକ ଶଙ୍ଖ ରଖିବାକୁ ଅଶୁଭ ବୋଲି ଧରାଯାଇଥାଏ।

diya– ପୂଜା ସମୟରେ ଭଙ୍ଗା ଦୀପର ଆନ୍ଦ୍ବ କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ଏହା ଅଶୁଭ ସଙ୍କେତ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button