ଓଡିଶା

୫୫ତମ ଯନ୍ତ୍ରୀ ଦିବସ

କଟକ, ୧୫/୯ ଭାରତରତ୍ନ ଇଂଜିନିୟର ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀ ତଥା ଜାତୀୟ ୫୫ତମ ଯନ୍ତ୍ରୀ ଦିବସ ବିଜୁପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ଇଂଜିନିୟରମାନଙ୍କ ଦେଶ ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ । ଓଡିଶା ଇଂଜିନିୟରର୍ସ ଫୋରମର ଅଧ୍ୟକ୍ଷ ଡ. ଇଂ. ପ୍ରଭାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଟିପିସିଓଡିଏଲର ସିଇଓ ଇଂ ଶେନବାଗମ୍ ମନ୍ଥିରାମ୍ ଯୋଗଦେଇଥିଲେ । ଏହି ଅବସରରେ ବିପୁୟୁଟି ଭିସି ପ୍ରଫେସର ଚିତ୍ତରଂଜନ ତ୍ରିପାଠୀଙ୍କୁ ବିଶ୍ୱେଶ୍ୱରାୟା ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ଟିପିସିଓଡିଏଲର ସିଇଉ ଇଂ ଶେନବାଗମ୍ ମନ୍ଥିରାମ, ସେଲର ପ୍ରାକ୍ତନ ନିର୍ଦ୍ଦେଶକ ଇଂ ଏ କେ ରଥ ଓ ଆରଏଣ୍ଡବିର ଅଧିକ୍ଷଣ ଯନ୍ତ୍ରୀ ଏସ କେ ବେହେରାଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଇଂ ବି ସି ଦାଶ, ଉପ ସଭାପତି ଇଂ. ଏସ କେ ମହାପାତ୍ର, ସଂପାଦକ ଇଂ. ଏସ କେ ସାହୁ ଓ ଭରଟେକ୍ସର ମୁଖ୍ୟ ସଂପାଦକ ପ୍ରଫେସର ପି କେ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button