ବ୍ୟବସାୟ

ପ୍ୟାକେଟରେ ଗୋଟଏ ବିସ୍କୁଟ କମ୍‌ ଥିବାରୁ ୧ ଲକ୍ଷ ଟଙ୍କାର ତଣ୍ଡ ଗଣିବ କମ୍ପାନି – Utkal Mail


ଚେନ୍ନାଇ: ପ୍ୟାକେଟ ଉପରେ ଲେଖାଥିବା ବିସ୍କୁଟ ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ ଥିବାରୁ ଏବେ ଏଥିପାଇଁ ସଂପୃକ୍ତ ବିସ୍କୁଟ କମ୍ପାନିକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଛି। ରିପୋର୍ଟରୁ ପ୍ରକାଶ, ଆଇଟିସି କମ୍ପାନିର ବିସ୍କୁଟ ବ୍ରାଣ୍ଡ୍ ସନ୍‌ଫିଷ୍ଟ ମେରି ଲାଇଟ୍‌ର ପ୍ୟାକେଟ୍‌ ଖୋଳ ଉପରେ ଲେଖାଥିବା ବିସ୍କୁଟ୍‌ର ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ୍‌ ଥିବା ଅଭିଯୋଗ ଆସିିବା ପରେ ତିରୁଭାଲ୍ଲାର ଜିଲ୍ଲା ଉପଭୋକ୍ତା ଫୋରମ୍‌ ଆଇଟିସି ଲିମିଟେଡ୍‌ ଫୁଡ୍‌ ଡିଭିଜନକୁ ଅନ୍ୟାୟ ବାଣିଜ୍ୟ ଅଭ୍ୟାସ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଖାଉଟି ବିବାଦ ନିବାରଣ ଫୋରମ୍‌ ନିକଟରେ ଏକ ଆଦେଶରେ କମ୍ପାନିକୁ ଏଥିସହ ନିର୍ଦ୍ଦିଷ୍ଟ ଅନୁମୋଦନ ସହ ବ୍ୟାଚ୍‌ ନଂ-୦୫୦୨ସି୩୬ରେ ବିବାଦୀୟ ବିସ୍କୁଟ ‘ସନ୍‌ଫିଷ୍ଟ ମେରି ଲାଇଟ୍‌’ର ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିସ୍କୁଟର ଓଜନକୁ ନେଇ ଯେଉଁ ଚ୍ୟାଲେଞ୍ଜ କରାଯାଇଛି ତାହା ଲାଗୁ ହେବ ନାହିଁ ବୋଲି କମ୍ପାନି ଦେଇଥିବା ଯୁକ୍ତିକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଚେନ୍ନାଇର ଅଭିଯୋଗକାରୀ ପି ଦିଲ୍ଲୀବାବୁ ଅଭିଯୋଗ କରିଛନ୍ତି ଯେ ବିଜ୍ଞାପନରେ ପ୍ୟାକେଟରେ ୧୬ଟି ବିସ୍କୁଟ ଥିବା ଉଲ୍ଲେଖ ରହିଥିବା ବେଳେ ପ୍ୟାକେଟ୍‌ ଭିତରେ ମାତ୍ର ୧୫ଟି ବିସ୍କୁଟ୍‌ ରହିଥିଲା।

ଏହି ମାମଲାରେ କମ୍ପାନିର ଆଇନଜୀବୀଙ୍କ ଯୁକ୍ତି ହେଉଛି ଯେ ଏହି ଉତ୍ପାଦ କେବଳ ଓଜନ ଆଧାରରେ ବିକ୍ରି କରାଯାଇଛି; ବିସ୍କୁଟ ସଂଖ୍ୟା ଉପରେ ନୁହେଁ। ଏଭଳି ଯୁକ୍ତିକୁ ଗ୍ରହଣ କରାଯାଇ ପାରିବ ନାହିଁ କାରଣ ରାପର୍‌ (ଖୋଳ) କ୍ରେତା/ଉପଭୋକ୍ତାଙ୍କୁ କେବଳ ବିସ୍କୁଟ୍‌ ସଂଖ୍ୟା ଆଧାରରେ ଉତ୍ପାଦ କିଣିବା ପାଇଁ ସୂଚନା ପ୍ରଦାନ କରିଥାଏ। ସମ୍ଭାବ୍ୟ ଉପଭୋକ୍ତା କେବଳ ଉତ୍ପାଦ କ୍ରୟ ନିର୍ଦ୍ଧାରଣ କରିବା ପାଇଁ ରାପର୍‌ ଦେଖିବେ। କାରଣ ପ୍ୟାକିଂରେ ଉପଲବ୍ଧ ଉତ୍ପାଦ ସୂଚନା ଉପଭୋକ୍ତାଙ୍କ କ୍ରୟ ଆଚରଣକୁ ପ୍ରଭାବିତ କରେ ଏବଂ ରାପର୍‌ କିମ୍ବା ଲେବଲ୍‌ରେ ଉପଲବ୍ଧ ଉତ୍ପାଦ ସୂଚନା ଗ୍ରାହକଙ୍କ ସନ୍ତୋଷରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ ମାମଲାରେ ସବୁଠାରୁ ବଡ ଅଭିଯୋଗ କେବଳ କମ୍‌ ସଂଖ୍ୟକ ବିସ୍କୁଟକୁ ନେଇ।

ତେବେ, ଏହି ଯୁକ୍ତିକୁ ଖାରଜ କରିଦେଇ ଅଭିଯୋଗ ଆଣିଥିବା ଖାଉଟିଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଖାଉଟି ବିବାଦ ନିବାରଣ ଫୋରମ୍‌।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button