ଦେଶ ବିଦେଶ

ବିହାର : ବଜ୍ରପାତ ପରେ ଓଲଟିଲା ଡଙ୍ଗା, ୫ ମୃତ – Utkal Mail


ଦରଭଙ୍ଗା: ବିହାରର ଦରଭଙ୍ଗାରେ ଏକ ଡଙ୍ଗା ବୁଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଗ୍ରାମବାସୀ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। କୁଶେଶ୍ୱରସ୍ଥାନ ବିଡିଓ କିଶୋର କୁମାର ମଧ୍ୟ ୫ ଜଣଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛନ୍ତି। ବୁଧବାର ଅପରାହ୍ନ ପ୍ରାୟ ୪ଟା ବେଳେ ଝଜରା ଓ ଗଡ଼େହପୁରା ମଝିରେ ଶାହାପୁର ଚୌରଠାରେ ଏହି ଦୁର୍ଘଟଣା ଘଟିଛି। ଗ୍ରାମବାସୀଙ୍କ ସହାୟତାରେ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ହଠାତ୍ ବଜ୍ରପାତ ହେବା ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହା ଫଳରେ ଏହି ଅଘଟଣ ଘଟିଥିଲା। ସ୍ଥାନୀୟ ଲୋକେ ଏବେ ବି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ।

ସୂଚନା ଅନୁଯାୟୀ, ଏକ ଡଙ୍ଗାରେ ୧୦ ଜଣ ଯାଉଥିବା ବେଳେ ଚାନୱାରରେ ପ୍ରବଳ ଝଡ଼ ଆସି ଡଙ୍ଗାଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଲୋକଙ୍କ ଜୀବନ ବଞ୍ଚିଯାଇଛି। କିଛି ଲୋକ ପହଁରି ପହଁରି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଦିଆଯିବ ବୋଲି ବିଡିଓ କହିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

 




Related Articles

Leave a Reply

Your email address will not be published. Required fields are marked *

Back to top button