ବ୍ୟବସାୟ

ଡଲାର ତୁଳନାରେ ଟଙ୍କା ଦୁର୍ବଳ: ଏକ ଡଲାର ଦାମ୍ ୮୩ ଟଙ୍କା ୧୫ ପଇସା – Utkal Mail


ମୁମ୍ବାଇ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ମହଙ୍ଗା ହେବା ପରେ ଆମେରିକୀୟ ଡଲାର ଦାମ୍‌ ବି ବଢ଼ିଛି। ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇପଡ଼ିଛି। ଡଲାର ଦାମ୍ ୮୩ ଟଙ୍କା ୧୫ ପଇସା ହୋଇଯାଇଛି। ଶେଷ ଥର ପାଇଁ ଚଳିତ ବର୍ଷ ଅଗଷ୍ଟ ୨୧ରେ ଟଙ୍କା ଏଭଳି ଦୁର୍ବଳ ସ୍ଥିତିରେ ଥିଲା। ଡଲାର ମହଙ୍ଗା ହେବା ଭାରତ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ହେବ। କାରଣ ନିଜ ଆବଶ୍ୟକତା ପୂରଣ କରିବା ଲାଗି ଏହା ବହୁ ସାମଗ୍ରୀ ବିଦେଶରୁ ମଗାଉଛି। ସେହି ସବୁ ଜିନିଷର ଦାମ୍ ବଢ଼ିଯିବ। ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାରୁ ଏଭଳି ଏକ ସ୍ଥିତି ଉପୁଜି ସବୁ କିଛି ମହଙ୍ଗା ହୋଇଯାଉ ବୋଲି କେନ୍ଦ୍ର ସରକାର କେବେବି ଚାହିବେ ନାହିଁ।

ଗତକାଲି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୦ ଡଲାରରୁ ଅଧିକ ହୋଇଯାଇଥିଲା। ରୁଷ୍ ଓ ସାଉଦି ଆରବ ତେଲ ଉତ୍ପାଦନକୁ ହ୍ରାସ କରିଥିବାରୁ ବଜାରରେ ତାହା ମହଙ୍ଗା ହୋଇଛି। ତେଲ କିଣିବା ଲାଗି ଅଧିକ ଡଲାର ଦରକାର ହେଉଥିବାରୁ ତାହାର ଚାହିଦା ବଢ଼ିଛି। ଚାହିଦା ବଢ଼ିବା ସହ ଡଲାର କିଣିବାକୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଅନ୍ୟପକ୍ଷରେ ଭାରତୀୟ ବଜାରରୁ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବା ଯେତିକି ପରିମାଣର ଡଲାର ଦେଶ ଭିତରେ ରହିବା କଥା ତାହା କମ୍ ହେବାରେ ଲାଗିଛି। ମଙ୍ଗଳବାର ବୈଦେଶିକ ସଂସ୍ଥାଗତ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ୧୭୨୫ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

ଡଲାର ତୁଳନାରେ ଟଙ୍କା ଯଦି ଆହୁରି ଦୁର୍ବଳ ହେବ ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ହସ୍ତକ୍ଷେପ କରିବାକୁ ପଡ଼ିବ। ଅର୍ଥାତ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ଡଲାରକୁ ବାହାର କରି କମ୍ ମୂଲ୍ୟରେ ରିଜର୍ଭ ବ୍ୟାଙ୍କକୁ ବିକ୍ରି କରିବାକୁ ପଡ଼ିବ। ଏହା ବ୍ୟତୀତ ଚଳିତ ମାସରେ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ଉପରେ ନିଷ୍ପତ୍ତି ନେବ। ଯଦି ସୁଧରେ କୌଣସି ବୃଦ୍ଧି ହେବନାହିଁ ତେବେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button