ନୀତି

ପୁରୁଷଙ୍କୁ ମହିଳାଙ୍କ ଭଳି ୧୬ ଶୃଙ୍ଗାର କରିବା ପରେ ହିଁ ଏହି ମନ୍ଦିରରେ ମିଳିଥାଏ ପ୍ରବେଶ

ଯେମିତି କି ପୁରା ଭାରତ ଜାଣିଛି କି ହିନ୍ଦୁ ଧର୍ମରେ ୩୩ କୋଟି ଦେବୀ ଦେବତା ପୂଜା ପାଆନ୍ତି । ହିନ୍ଦୁ ଧର୍ମ ଅନୁସାରେ ସମସ୍ତେ ଦେବୀ ଦେବତାଙ୍କ ନିୟମ ବି ଅଲଗା ଅଲଗା ଅଟେ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ମନ୍ଦିରରେ ପୂଜା ଅର୍ଚନା କରିବାର ଅଲଗା ଅଲଗା ନିୟମ ବି ଅଛି । ଦେଶରେ କେତେକ ମନ୍ଦିରରେ ଯେଉଁଠି ମହିଳାମାନଙ୍କୁ ପ୍ରବେଶ ବର୍ଜିତ ଅଟେ, ତେବେ ଅନ୍ୟ ପଟେ କିଛି ମନ୍ଦିର ଏମିତି ବି ଅଛି ଯେଉଁଠି ପୁରୁଷମାନେ ମହିଳାଙ୍କ ଭଳି ସଜ୍ଜିତ ହେବା ପରେ ହିଁ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ।

ମହିଳାଙ୍କ ରୂପ ଧାରଣ କରିବାର ଅର୍ଥ କେବଳ କପଡା ବଦଳିବାର ନୁହେଁ, ଅଥବା ସେହି ମହିଳାଙ୍କ ଭଳି ପୁରା ୧୬ ଶୃଙ୍ଗାର କରିବା ପରେ ହିଁ ଏହି ମନ୍ଦିରକୁ ପ୍ରବେଶ ମିଳିଥାଏ । କହିବାକୁ ଗଲେ କେରଳର କୋଲ୍ଲମ ଜିଲ୍ଲାର କୋଟ୍ଟନକୁଲଂଗରା ଶ୍ରୀଦେବୀ ମନ୍ଦିରରେ ଏହିଭଳି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁ ଅଛି । ସବୁ ବର୍ଷ ମନ୍ଦିରରେ ଏକ ଉତ୍ସବ ଆୟୋଜନ କରାଯାଇଥାଏ ।

ଏହି ମନ୍ଦିରରେ ପୂଜା କରିବା ପୂର୍ବରୁ ପୁରୁଷମାନଙ୍କୁ ବି ମହିଳାଙ୍କ ଭଳି ୧୬ ଶୃଙ୍ଗାର କରିବାକୁ ପଡିଥାଏ । ମାନ୍ୟତା ଅଛି କି ଏହି ମନ୍ଦିରର ଦେବୀ ମାଙ୍କ ମୂର୍ତ୍ତି ସ୍ଵୟଂ ପ୍ରକଟ ହୋଇଛି । ସବୁଠୁ ଖାସ କଥା ଏହା ଅଟେ କି ଏହା ରାଜ୍ୟର ଏକ ଏକମାତ୍ର ମନ୍ଦିର ଅଟେ ଯେଉଁଠିକାର ଗର୍ଭଗୃହ ଉପରେ ଛାତ ନାହିଁ । କୁହାଯାଏ କି ବହୁତ ବର୍ଷ ପୂର୍ବେ ଏହି ସ୍ଥାନରେ କିଛି ଛେଳି ଚରାଉଥିବା ପୁରୁଷମାନେ ମହିଳାମାନଙ୍କ କପଡା ପିନ୍ଧି ଏକ ପଥରକୁ ଫୁଲ ଦେଉଥିଲେ ।

ଏହା ପରେ ସେହି ପଥରରୁ ଦିବ୍ୟ ଶକ୍ତି ବାହାରିବାକୁ ଲାଗିଲା । ପରେ ଏହାକୁ ଏକ ମନ୍ଦିରର ରୂପ ଦିଆ ଗଲା । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁ ଅଛି । ଦ୍ଵିତୀୟ ମାନ୍ୟତା ଏହା ଅଟେ କି କିଛି ଲୋକମାନେ ଏହି ପଥର ଉପରେ ନଡିଆ ଭାଙ୍ଗୁ ଥିଲେ । ସେହି ସମୟରେ ପଥରରୁ ରକ୍ତ ବାହାରିବାକୁ ଲାଗିଲା । ପରେ ଏହି ପଥରକୁ ଲୋକମାନେ ପୂଜା କରିବାକୁ ଲାଗିଲେ । ତୃତୀୟ ମାନ୍ୟତା ଅଛି କି ମନ୍ଦିର ଭିତରେ ଥିବା ଦେବୀଙ୍କ ପ୍ରତିମା ସବୁ ବର୍ଷ କିଛି ଇଞ୍ଚ ବଡ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button