ଦେଶ ବିଦେଶ

ସୁସ୍ଥ ଶରୀର ପାଇଁ ଆଜି ହିଁ ଘରେ ବନାନ୍ତୁ ‘ଓଟ୍‌ସ ଇଡଲି’

ଗରମ ଦିନରେ ସୁସ୍ଥ ଖାଦ୍ୟପେୟ କରିବା ନିତାନ୍ତ ଜରୁରୀ। ଯାହାର ଆରମ୍ଭ ସକାଳ ଜଳଖିଆରୁ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏପରି ଇଡଲି ବିଷୟରେ ଜଣାଇବୁ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଓଟସ୍‌ ଇଡଲି।

oats 1

ଆବଶ୍ୟକ ସାମଗ୍ରୀ :

ଓଡସ୍‌ : ୨ କପ୍‌

ଦହି: ୨ କପ୍‌

ସୋରିଷ : ୧ ଚାମଚ

ବିରି ଡାଲି: ୧ ଚାମଚ

ଚଣା ଡାଲି : ୧ ଚାମଚ

ତେଲ : ଏକ ଚାମଚ

କଞ୍ଚାଲଙ୍କା : ୧ ଚାମଚ( ଛୋଟ ଛୋଟ କଟା ହୋଇଥିବା)

ଗାଜର : ୨ ଟେବୁଲସ୍ପୁନ ( ଛୋଟ କଟା ହୋଇଥିବା)

ଧନିଆପତ୍ର : ୨ ଚାମଚ

ହଳଦୀ ପାଉଡର : ୧ ଚାମଚ

ଲୁଣ : ସ୍ୱାଦୁନସାରେ

ଇନୋ : ୧ ପାଉଚ

11

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗରମ ତାଓ୍ଵାରେ ଓଟସ୍‌କୁ ଭଲଭାବେ ଭାଜିଦିଅନ୍ତି। ଏହାକୁ ଥଣ୍ଡା କରିବା ପରେ ଗ୍ରାଇଣ୍ଡରରେ ପେସିଦିଅନ୍ତୁ। ଏବେ ଏକ ପ୍ୟାନରେ ତେଲ, ସୋରିଷ, ବିରି ଡାଲି ଏବଂ ଚଣା ଡାଲି ପକାଇ ଭାଜନ୍ତୁ।

ଏହାପରେ ଧନିଆପତ୍ର, କଞ୍ଚାଲଙ୍କା, ଗାଜର ଏବଂ ହଳଦୀ ପାଉଡର ପକାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ତା’ ରେ ଏହିସବୁ ସାମଗ୍ରୀର କଞ୍ଚାପଣ ଦୂର ହେବା ପରେ ସେଥିରେ ଓଟସ୍‌ ପାଉଡର ଏବଂ ଦହି ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିକ୍ସ କରିବା ପରେ ଇଡଲି ଷ୍ଟାଣ୍ଡରେ ଏହାକୁ ଇଡଲି ଭଳି ପ୍ରସ୍ତୁତ କରନ୍ତୁ। ଇଡଲିକୁ ଛାଞ୍ଚରେ ସେଟ୍‌ କରିବା ବେଳେ ହିଁ ଇନୋ ପାଉଡର ପକାନ୍ତୁ। ଏହାକୁ ଆପଣ ବ୍ରେକଫାଷ୍ଟ କିମ୍ବା ସନ୍ଧ୍ୟାବେଳର ଖାଇବାରେ ସାମିଲ କରିପାରିବେ। ଏହା ଆପଣଙ୍କ ପେଟକୁ ଫୁଲ ରଖିବା ସହିତ ଓଜନକୁ ମଧ୍ୟ ବାଲାନ୍ସ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button