ଓଡିଶା
ଦେଓମାଳୀରେ ସୁଟିଂ ଆରମ୍ଭ : ସୁଟିଂ ସେଟରେ ସାଉଥ ସୁପରଷ୍ଟାର ମହେଶ ବାବୁ, ପ୍ରିୟଙ୍କା ଚୋପ୍ରାଙ୍କୁ ଅପେକ୍ଷା

ଦକ୍ଷିଣ ଇଣ୍ଡଷ୍ଟ୍ରିର ଦକ୍ଷିଣରେ ସୁଟିଂ ଆରମ୍ଭ । ଗତକାଲି ସାଉଥ ସୁପରଷ୍ଟାର ମହେଶ ବାବୁ କୋରାପୁଟ ଆସିବା ପରେ ଆଜି ସୁଟିଂ ସେଟରେ ନଜର ଆସିଛନ୍ତି । ସୁପରଡୁପର ଡାଇରେକ୍ଟର ରାଜା ମଉଲିଙ୍କ 1000 କୋଟି ଵୟରେ ନିର୍ମିତ ଫିଲ୍ମ SSMB29ରେ ହିରୋ ମହେଶ ବାବୁଙ୍କ ସୁଟିଂ ଆରମ୍ଭ ହୋଇଥିବା ବେଳେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଅପେକ୍ଷା ରହିଛି l
ଜିଲ୍ଲାର ତଲମାଳି,, ଦେଓମାଳୀ ଓ ମାଛକୁଣ୍ଡ ଅଞ୍ଚଳରେ ସୁଟିଂ ପାଇଁ ଅନୁମତି ସହ ଇକୋ ରିଟ୍ରିଟ ବୁକିଂ ହୋଇସାରିଛି l ତେବେ ସୁଟିଂ ସ୍ଥାନକୁ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ବେଳେ ଦେଖିବାକୁ ଲୋକଙ୍କ ଉତ୍ସlହ ଓ ଭିଡ଼ ଜମିଛି l ସୂଚନା ଅନୁସାରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦିନେ ଦିଦିନ ରେ ପହଂଚିବା କୁହାଯାଉଛି ।