କ୍ରାଇମ

ଖୋଲିଲା ସସ୍ମିତାଙ୍କ ହତ୍ୟା ଗୁମର: ଘୁଗୁନି ଖାଇବାକୁ ନେଇ ବିଭତ୍ସ ହତ୍ୟା – Utkal Mail


ଚନ୍ଦକା: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୁଲିସ | ଗିରଫ ଅଭିଯୁକ୍ତ ଜଣକ ହେଲା ମିଥୁନ ଜେନା,ଘର ଗଙ୍ଗପାଟଣା ତଳ ସାହି | ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁସି ହତ୍ୟା କରାଯାଇଥିଲା | ଏହାପରେ ଚନ୍ଦକା ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା ଆଉ ତିନିଟି ଟିମ ଘଟଣାର ତଦନ୍ତ କରୁଥିଲେ | ହତ୍ୟାକାଣ୍ଡକୁ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଘୁଗୁନି ଖାଇବାକୁ ନେଇ ବଚସା ହୋଇଥିଲା | ଆଉ ମିଥୁନ ପ୍ରତିଶୋଧପରାୟଣ ହୋଇ ସସ୍ମିତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା | ଉଲ୍ଲେଖ ଥାଉ କି ନଭେମ୍ବର ୭ ତାରିଖରେ ମଳିପଡ଼ା କ୍ରିଷ୍ଣାପୁରୀରେ ରହୁଥିବା କଟକ ସଦର ଫୁଲନଖରା ଅଞ୍ଚଳର ସସ୍ମିତା ବେହେରା(୩୬)ଙ୍କୁ ହତ୍ୟା କରାଯାଇଥିଲା । ଗୋଠପାଟଣା ଟ୍ରିପଲ୍‌ଆଇଟି ଛକରେ ସସ୍ମିତା ଓ ସ୍ବାମୀ ବିଶ୍ବନାଥ ବେହେରା ମିଶି ଏକ ଜଳଖିଆ ଦୋକାନ ଚଳାଉଥିଲେ।

୭ ତାରିଖ ରାତି ପ୍ରାୟ ୮ଟା ବେଳେ ବିଶ୍ବନାଥ ଦୋକାନ ପାଇଁ ପାଣି ଆଣିବାକୁ ନିକଟସ୍ଥ ଏକ ନଳକୂଅକୁ ଯାଇଥିଲେ। ଏତିକିବେଳେ ମିଥୁନ ଏକ ବାଇକ୍‌ରେ ଆସି ଦୋକାନ ସମ୍ମୁଖରୁ ସାମାନ୍ୟ ଦୂରରେ ଅଟକି ସସ୍ମିତାଙ୍କୁ ଡାକିଥିଲେ। ସସ୍ମିତା ସେଠାକୁ ଯିବା ପରେ ତାଙ୍କ ପେଟରେ ଏକ ଭୁଜାଲି ଭୁସି ଦେଇଥିଲା। ଫଳରେ ତାଙ୍କ ଅନ୍ତବୁଜୁଳା ବାହାରିଆସିଥିଲା। ତଥାପି ସେ ପେଟକୁ ଚାପି ଧରି ନିକଟସ୍ଥ ଚା’ ଦୋକାନ ପାଖକୁ ଧାଇଁ ଆସି ସେଠାରେ ତଳେ ପଡ଼ିଯାଇଥିଲେ। ସସ୍ମିତାଙ୍କ ଚିତ୍କାର ଶୁଣି ଚା’ ଦୋକାନୀ ଦୋକାନ ଭିତରୁ ବାହାରି ଆସିଥିଲେ ଏବଂ ନଳକୂଅ ପାଖରୁ ବିଶ୍ବନାଥ ଧାଇଁ ଆସିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସସ୍ମିତାଙ୍କୁ ଦେଖି ସେମାନେ ପାଟି କରି ଆଖପାଖ ଲୋକଙ୍କୁ ଡାକ ପକାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସସ୍ମିତାଙ୍କର ମୃତ୍ୟୁ ହୋଇଯାଇଥିଲା |




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button