ମନୋରଞ୍ଜନ

ଶାହରୁଖ୍ ଖାନ୍ ଓ ପ୍ରଭାସଙ୍କ ମଧ୍ୟରେ ହେବ କଡ଼ା ଟକ୍କର – Utkal Mail


ମୁମ୍ବାଇ: ଫିଲ୍ମ ଦୁନିଆରେ ବଡ଼ ବଡ଼ ଷ୍ଟାର ଚାହାଁନ୍ତି, ସେମାନଙ୍କ ଫିଲ୍ମ ସାମ୍ନାରେ ଆଉ କୌଣସି ବଡ଼ ସିନେମାର ମୁକାବିଲା ନ ହେଉ। ହେଲେ ଅନେକ ସମୟରେ ଦୁଇ, ତିନି ସୁପରଷ୍ଟାରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ। ଏଭଳି ବହୁ ନଜିର ରହିଛି। ଏବେ ଶାହରୁଖ୍ ଖାନ୍ ଓ ପ୍ରଭାସଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସ୍ପଷ୍ଟ ସୂଚନା ମିଳିଛି।

ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଡିଙ୍କି’ ଚଳିତ ବର୍ଷ ଖ୍ରୀଷ୍ଟମାସ ସପ୍ତାହରେ ମୁକ୍ତିଲାଭ କରିବ। ଏଣେ ଶାହରୁଖଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରଭାସ ତାଙ୍କ ଫିଲ୍ମ ‘ସାଲାର’ ନେଇ ବି ସମାନ ସମୟରେ ଆସୁଛନ୍ତି। ଏକ ମଜାଦାର ତଥ୍ୟ ହେଲା ଯେ ଯେଉଁ ଗୋଟିଏ ଦିନରେ ଉଭୟ ଫିଲ୍ମ ରିଲିଜ୍ ହେବ, ସେଦିନ ଚଳଚ୍ଚିତ୍ର ଇତିହାସରେ, ସର୍ବାଧିକ ଓପନିଂ ହେବ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ପ୍ରଭାସଙ୍କ ‘ସାଲାର’ ପୂର୍ବରୁ ସେପ୍ଟେମ୍ବର ୨୮ରେ ରିଲିଜ୍ ହେବାର ଥିଲା, କିନ୍ତୁ ତାହା ଏବେ ଡିସେମ୍ବର ୨୨ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଫିଲ୍ମର ନିର୍ମାତା ହୋମ୍ବଲେ ଫିଲ୍ମସ୍ ଏକ ନୂତନ ପୋଷ୍ଟର ସହିତ ଏହି ରିଲିଜ୍ ତାରିଖ ବିଷୟରେ ଘୋଷଣା କରିଛି। ଉଭୟ ‘ଡିଙ୍କି’ ଏବଂ ‘ସାଲାର’ ବହୁତ ବଡ଼ ଚଳଚ୍ଚିତ୍ର। ଉଭୟ ସିନେମା ନିଶ୍ଚିତ ଭାବରେ ପ୍ରେକ୍ଷାଳୟରେ ଦର୍ଶକଙ୍କ ପାଇଁ ଆଗ୍ରହ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହି ଦିନ ଭାରତୀୟ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି ହେଉଛି କି ନା ତାହା ଦେଖିବାକୁ ବାକି ରହିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button