ଓଡିଶା

କିଡନୀ ପିଡିତାଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟର ଚିକିତ୍ସା ସହାୟତା

କେନ୍ଦ୍ରାପଡା :କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଅରେହିକଣା ପଞ୍ଚାୟତର ଅରେହିକଣା ଗ୍ରାମ ନିବାସୀ ସୁବ୍ରତ ତରାଇଙ୍କ ଧର୍ମପତ୍ନୀ ଶଶୀକଳା ଧଳଙ୍କଦୁଇଟି କିଡନୀ ନଷ୍ଟ ହୋଇଯାଇଥିବାରୁ ତାଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତାର ଆବଶ୍ୟକତା ରହିଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏସମ୍ପର୍କରେ ଜାଣିବା ପରେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟର ସଭାପତି ପ୍ରମୋଦ ସାହୁ ସେହି ଗ୍ରାମକୁ ଯାଇ କିଡନୀ ରୋଗରେ ପିଡିତା ମହିଳା ଶଶିକଳାଙ୍କୁ ତାଙ୍କର ଚିକିତ୍ସା ନିମନ୍ତେ ୨୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆବଶ୍ୟକ ହେଲେ ସେହି ନିଃସହାୟ ପରିବାରକୁ ଚଳିବା ପାଇଁ ମାସିକ ଜ୍ଞାନଦେବୀ ଗୁଜୁରାଣ ସହାୟତା ପାଣ୍ଠିରୁ ଗୁଜୁରାଣ ଯୋଗାଇ ଦିଆଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରତିଶୃତି ଦେଇଛନ୍ତି । ସହାୟତା ରାଶି ପ୍ରଦାନ ସମୟରେ ଆଳି ଶାଖା ପରିଚାଳକ ନିଗମ ସୁନ୍ଦରରାୟ, କର୍ମଚାରୀ ସେକ ଇମ୍ରାନ, ଜମା ସଂଗ୍ରହକାରୀ ଏଜେଣ୍ଟ ଅଞ୍ଜନ ମଲ୍ଲିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ସୁବ୍ରତଙ୍କ ବାପା ପୁରୁଷୋତ୍ତମ ତରାଇ ଗୁଜୁରାଟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସୁବ୍ରତ ବାଙ୍ଗାଲୋରରେ ପାଣି ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଏକ ୩ବର୍ଷର ପୁଅ ଅଛି । ସୁବ୍ରତ ଓ ତାଙ୍କ ବାପା ଶଶିକଳାଙ୍କ ଚିକିତ୍ସା ପାଇଁ ଗାଁରେ ରହୁଥିବା ହେତୁ ପରିବାର ଚଳିବା କଷ୍ଟକର ହୋଇ ପଡିଛି । ସମିତିର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button