ଓଡିଶା

ବିଉଟିସିଆନ୍ ୱେଲଫେୟାର ସଂଘର ବାର୍ଷିକ ଉତ୍ସବ

କଟକ : ଓଡିଶା ବିଉଟିସିଆନ୍ ୱେଲଫେୟାର ଆସୋସିଏସନର
ପ୍ରଥମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସହିଦଭବନଠାରେ ଆଜି ଅନୁଷ୍ଠିତ
ହୋଇଯାଇଛି । ରାଜ୍ୟ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି
ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ମହିଳା
ସଶକ୍ତୀକରଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି
ବିଉଟିସିଆନ୍‌ମାନଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏମଏସଏମଇର ସୁବାଷ ସାହୁ, କେଭିଆଇସି ସହ
ନିର୍ଦ୍ଦେଶିକା ନିବେଦିତା ଜେନା, ଓସ୍‌ମେର ମହା ସଚିବ ସାତ୍ତ୍ୱିକ ସ୍ୱାଇଁ,
ସଂଘର ସଭାପତି ସୁପ୍ରିୟା ମିଶ୍ର, ସୁନୀତା ରାୟ, କୃଷ୍ଣପ୍ରିୟା
ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୮ଟି
ଜିଲ୍ଲାରୁ ୬୦୦ରୁ ଊର୍ଦ୍ଧ୍ୱ ବିଉଟିସିଆନ୍ ଯୋଗ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button