ମନୋରଞ୍ଜନ

୨୪ ବର୍ଷ ପୂର୍ବେ ଅଳିଆ ଗଦାରୁ ମିଥୁନଙ୍କୁ ମିଳିଥିଲା ଏହି ଝିଅ, ଆଜି ବଡ ହୋଇ ଦେଖା ଯାଉଛନ୍ତି ବହୁତ ସୁନ୍ଦର, ଦେଖନ୍ତୁ ତାଙ୍କର କିଛି ସୁନ୍ଦର ଫଟୋ

ବଲିଉଡ ଇଣ୍ଡଷ୍ଟ୍ରିରେ ଡିସ୍କୋ ଡ୍ୟାନ୍ସର ନାମରେ ଫେମସ ମିଥୁନ ଦା ମାନେ ମିଥୁନ ଚକ୍ରବର୍ତ୍ତୀ ନିଜ ଯୁଗରେ ଗୋଟେ ବହୁତ ବଡ଼ କଳାକାର ରହି ସାରିଛନ୍ତି । ଫିଲ୍ମରେ ତାଙ୍କର ଅଭିନୟରେ ସମସ୍ତେ ପାଗଳ ହେବା ସହିତ ତାଙ୍କ ଡ୍ୟାନ୍ସ ର ମଧ୍ୟ ଦିୱାନା ଥିଲେ । ୧୯୮୨ ରେ ମିଥୁନ ଫିଲ୍ମ ଅଭିନେତ୍ରୀ ୟୋଗିତା ବାଲିଙ୍କ ସହିତ ବିବାହ କରିଥିଲେ ।ସେମିତିରେ ତ ଏହି ଦୁଇ ଜଣଙ୍କର ତିନୋଟି ପୁଅ ଅଛନ୍ତି କିନ୍ତୁ ଏ ଦୁହେଁ ଏକ ଝିଅକୁ ପାଳି ଥିଲେ ଓ ଏବେ ତାଙ୍କ ଝିଅ ୨୪ ବର୍ଷର ହୋଇ ସାରିଲେଣି । ଆଜି ଆମେ ଆପଣଙ୍କୁ ମିଥୁନ ଓ ୟୋଗିତାଙ୍କ ଝିଅଙ୍କ ବିଷୟରେ ଏମିତି କଥା କହିବାକୁ ଯାଉଛୁ ଯାହା କାହାକୁ ଜଣା ନଥିବ ।

ଅଳିଆ ଗଦାରେ ଛାଡ଼ି କି ପଳାଇଥିଲେ ପ୍ରକୃତ ବାପା ମା

ମିଥୁନ ନିଜ ଝିଅର ନାମ ଦିଶାନି ରଖିଥିଲେ । ଦିଶାନି ଜନ୍ମ ହେବାପରେ ତାଙ୍କର ପ୍ରକୃତ ମା ବାପା ତାଙ୍କୁ ଅଳିଆ ଗଦାରେ ଛାଡ଼ି କି ଚାଲି ଯାଇଥିଲେ , ଯେତେବେଳେ ସେହି ଅଳିଆ ଗଦା ଆଖପାଖ ଦେଇ ଲୋକ ଯାଉଥିଲେ ତାଙ୍କୁ ସେଇ ଛୋଟ ଛୁଆର କାନ୍ଦଣାର ଶବ୍ଦ ଶୁଣାଗଲା ଯାହାକୁ ଶୁଣି ଲୋକମାନେ ତାକୁ  ନେଇ ଯାଇଥିଲେ ।

ତା ପରଦିନ ମିଥୁନ ଖବର କାଗଜରେ ଏହି ଖବର ବିଷୟରେ ପଢ଼ିଲେ ତେବେ ତାଙ୍କୁ ଏହି ବିଷୟରେ ସୂଚନା ମିଳିଲା ଓ ସେତିକି ବେଳେ ସେ ନିର୍ଣ୍ଣୟ ନେଲେ କି ତାକୁ ସେ ପାଳିବେ ବୋଲି , ତା’ ପରେ ସେ ତାଙ୍କର ଏହି ନିର୍ଣ୍ଣୟ ବିଷୟରେ ନିଜ ସ୍ତ୍ରୀ ୟୋଗିତାଙ୍କ ସହ କଥା ହେଲେ । ତା’ପରେ ସେ ମଧ୍ୟ ଦିଶାନିକୁ ପାଳିବା ପାଇଁ ରାଜି ହେଇଗଲେ । ତା ପରେ ଦୁହେଁ ବିଲକୁଲ ବି ଡେରି ନକରି ଝିଅକୁ ଆଣିବା ପାଇଁ ଜରୁରୀ କାଗଜ ପତ୍ର ରେଡି କରିଦେଲେ ଓ ତାପରେ ଦିଶାନିକୁ ନେଇ ଆସିଲେ ।ଦିଶାନି ଏବେ ନ୍ୟୁୟର୍କରେ ଶିଖୁଛନ୍ତି ଆକ୍ଟିଙ୍ଗର ଗୁରୁ

ଦିଶାନି ବଡ଼ ହେଇ ନିଜ ବାପା ଭଳି ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଓ ସେଥିପାଇଁ ସେ ଏବେ ନ୍ୟୁୟର୍କରେ ଏକ ଫିଲ୍ମ ଏକାଡେମିରେ ଆକ୍ଟିଙ୍ଗର ଗୁରୁ ଶିଖୁଛନ୍ତି ଓ ଏମିତି ଲାଗୁଛି ଯେମିତି ସେ ତାଙ୍କର ଏହି ସମୟ ନିଜର ପୁରା ଧ୍ୟାନ ଫିଲ୍ମ ଉପରେ ଲଗେଇବକୁ ଚାହୁଁଛନ୍ତି ।

ସେମିତିରେ ଦେଖିବାକୁ ଗଲେ ଦିଶାନି ଫିଲ୍ମରେ କାମ କରିବା ଆରମ୍ଭ କରି ସାରିଲେଣି ଓ ୨୦୧୭ ରେ ଆସିଥିବା ଏକ ସର୍ଟ୍ ଫିଲ୍ମ ସ୍ମୋକରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଏହି ସର୍ଟ ଫିଲ୍ମର ନିର୍ଦେଶନା ତାଙ୍କ ବଡ଼ ଭାଇ ରୀମୋହ ଚକ୍ରବର୍ତ୍ତୀ କରିଥିଲେ , ଏହାଛଡା ଦିଶାନି ଆଉ ଏକ ଫିଲ୍ମରେ କାମ କରିଛନ୍ତି ଯାହାର ନାମ ଅଣ୍ଡରପାସ ଥିଲା ।

ପରିବାରର ସବୁଠୁ ଲାଡଲି ଅଟନ୍ତି ଦିଶାନି

ମିଥୁନ ଓ ୟୋଗିତାଙ୍କ ଚାରୋଟି ପୁଅ ଝିଅ ଅଛନ୍ତି ଯାହା ଭିତରୁ ତିନୋଟି ପୁଅ ଯାହାର ନାମ ମେମୋହ ଚକ୍ରବର୍ତ୍ତୀ , ନାମଶି ଚକ୍ରବର୍ତ୍ତୀ ଓ ରିମୋହ ଚକ୍ରବର୍ତ୍ତୀ ଅଟେ ଓ ଗୋଟେ ମାତ୍ର ଝିଅର ନାମ ଦିଶାନି ଅଟେ, ଦିଶାନି ୪ ଜଣଙ୍କ ଭିତରୁ ସବୁଠୁ ସାନ ଅଟନ୍ତି ସେଥିପାଇଁ ସେ ସବୁଠୁ ଗେହ୍ଲା ଅଟନ୍ତି । ମାଆ ବାପାଙ୍କ ବ୍ୟତୀତ ତାଙ୍କ ଭାଇ ମାନେ ମଧ୍ୟ ତାଙ୍କର ବହୁତ ଯତ୍ନ ନିଅନ୍ତି ,ଆଜିର ସମୟରେ ଦିଶାନି ସୋସିଆଲ ମିଡିଆରେ ବହୁତ ଅଧିକ ଆକ୍ଟିବ ଅଛନ୍ତି ଓ କୁହା ଯାଉଛି କି କେବଳ ଇଂଷ୍ଟାଗ୍ରାମରେ ତାଙ୍କର ୭୦ ହଜାର ରୁ ଅଧିକ ଫଲୋଅର୍ସ ଅଛନ୍ତି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button