ଜୀବନଶୈଳୀ

ସ୍ୱପ୍ନରେ ନିଆଁ ଦେଖିଲେ କଣ ସଂକେତ ମିଳେ, ଜାଣନ୍ତୁ

ଆମ ପୂର୍ବ ପୁରୁଷରୁ ଚାଲି ଆସୁଛି ସ୍ୱପ୍ନର କଥା । ଆଜି ଆମେ କହିବୁ ସ୍ୱପ୍ନରେ ନିଆଁ ଦେଖିଲେ କଣ ହୋଇ ପାରେ । ଯଦି ଆପଣ ରାତିରେ ନିଦରେ ଶୋଇଥିବା ବେଳେ ଘରେ ନିଆଁ ଲାଗିଥିବାର ଦୃଶ୍ୟ ସ୍ୱପ୍ନରେ ଦେଖିଲେ ତବେ ଡରିବା ଉଚିତ ନୁହେଁ । କୁହାଯାଏ ଏହି ସ୍ୱପ୍ନ ଦେଖିଲେ ଅବିବାହିତଙ୍କୁ ଭଲ ଜୀବନ ସାଥୀ ଏବଂ ବିବାହିତଙ୍କୁ ସୁସନ୍ତାନ ପ୍ରାପ୍ତ ହୁଏ ।

ଯଦି ଆପଣ ନିଜେ ନିଆଁରେ ପୋଡ଼ି ହେଉଥିବା ସ୍ୱପ୍ନ ଦେଖୁନ୍ତି ତେବେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ବିଦେଶ ଯାତ୍ରାର ଆଶା ବଢ଼ିଯିବ ।

ସ୍ୱପ୍ନରେ ଯଦି ଦୀପ ଜଳୁଥିବା ଦେଖୁଛନ୍ତି ତେବେ ଏହା ଏକ ଶୁଭ ସଂକେତ । ଏଥିରେ ଆୟୁ ବଢ଼ିବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ।
ଯଦି ଆପଣଙ୍କ ସ୍ୱପ୍ନରେ ଧୂଆଁର ଦୃଶ୍ୟ ଦେଖିବାକୁ ମିଳିଲା ତେବେ ସତର୍କ ହୋଇଯାଆନ୍ତୁ । ଆପଣଙ୍କ ଶତ୍ରୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ନଚେତ ବ୍ୟବସାୟରେ କ୍ଷତି ଏବଂ ରୋଗ ବୈରାଗରେ ପଡ଼ି ପାରନ୍ତି ।

ସେହିପରି କେହି ଜଣେ ଯଦି ନିଆଁରେ ଜଳି ଯାଉଥିବାର ସ୍ୱପ୍ନ ଆପଣ ଦେଖନ୍ତି ତେବେ ଆପଣ ରୋଗଗ୍ରସ୍ତ ହୋଇ ପାରନ୍ତି । ବ୍ୟବସାୟରେ କ୍ଷତି ହୋଇପାରେ ।
ଆଉ ଯଦି ଆପଣ ନିଜେ କିମ୍ବା ଅନ୍ୟ କେହି ନିଆଁ ଜଳାଇବାର ସ୍ୱପ୍ନ ଦେଖନ୍ତି ତେବେ ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି ବୋଲି ଧରି ନିଅନ୍ତୁ ।
ଯଦି ଆପଣ ଜଣେ ବ୍ୟବସାୟୀ ଓ ନିଜ ଦୋକାନ ଜଳୁଥିବାର ସ୍ୱପ୍ନ ଦେଖନ୍ତି ତେବେ ଆପଣଙ୍କ ଜୀବନରେ ସୁଖଶାନ୍ତି ଆସିବ । ଆଉ ଯଦି ପୂରା ଦୋକାନ ଜଳି ଭସ୍ମ ହୋଇଯାଇଛି ବୋଲି ଦୃଶ୍ୟ ଦେଖନ୍ତି ତେବେ ବ୍ୟବସାୟ ସବୁଦିନ ପାଇଁ ବନ୍ଦ ହୋଇଯିବାର ସଂକେତ ଦିଏ ।

MAN TORCHED HOUSE-1

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button