ଧର୍ମ

କଣ ଆପଣ ଜାଣିଛନ୍ତି ଯେ ରାବଣକୁ କେମିତି ମିଳିଥିଲା ଲଙ୍କା? ଏବଂ ହନୁମାନ ମଧ୍ୟ କରି ନଥିଲେ ଏହାର ଦହନ!

ରାମାୟଣ କଥା ସମସ୍ତେ ଜାଣିଛନ୍ତି ଓ ସେଥିରେ ହୋଇଥିବା ରାବଣ ଲଙ୍କା ଦହନ ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି, ତେବେ ଏହି ଚର୍ଚା ବିଷୟରେ ସମସ୍ତେ ଜାଣି ନଥିଲେ । କୁହା ଯାଏ ଯେ ରାବଣ ପୁରା ଲଙ୍କା ସୁନା ରେ ତିଆରି ହୋଇଥିଲା, ଏହା ମଧ୍ୟ କୁହାଯାଏ ଯେ ନିଜ ସୁନା ଲଙ୍କା ଆହୁରି ସୁନ୍ଦର କରିବା ପାଇଁ ରାବଣ ସୀତା ମାତାଙ୍କୁ ହରଣ କରିଥିଲା । ଏହା ସମସ୍ତେ ଜାଣିଥିଲେ ଯେ ରାବଣ ସୁନା ଲଙ୍କା ହନୁମାନ ଭଗବାନ ଦହନ କରିଥିଲେ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଲଙ୍କା ରାବଣ ର ନଥିଲା ଓ ଏହାକୁ ହନୁମାନ ଠାକୁର ଜଳେଇ ନଥିଲେ ଏହାକୁ ମାତା ପାର୍ବତୀ ଦହନ କରିଥିଲେ ।

ଏକ ପୋରାଣିକ କଥା ଅନୁଯାଇ ଥରେ ମାତା ଲକ୍ଷ୍ମୀ ଓ ବିଷ୍ଣୁ ଠାକୁର ଭଗବାନ ଶିବ ଓ ମାତା ଲକ୍ଷ୍ମୀଙ୍କୁ ଦେଖା କରିବା ପାଇଁ କୈଳାଶ ପର୍ବତ ଯାଇଥିଲେ । ଏହା ପରେ ଦେଖା ସାକ୍ଷାତ କରି ଫେରିଲା ବେଳେ ମାତା ଲକ୍ଷ୍ମୀ ମାତା ପାର୍ବତୀଙ୍କୁ ନିଜ ବୈକୁଣ୍ଠ ଧାମ ଆସିବା ପାଇଁ ଅନୁରୋଧ କରିଥିଲେ ଯାହା ପରେ ମାତା ପାର୍ବତୀ ଓ ଶିବ ଭଗବାନ ବିଷ୍ଣୁଙ୍କ ବୈକୁଣ୍ଠ ଧାମକୁ ଗଲେ ଏବଂ ମାତା ପାର୍ବତୀ ଏଠାରେ ବୈଭବ ଦେଖି ଈର୍ଷ୍ୟା କଲେ । ସେତୁ ଫେରିଲା ପରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ମହଲ ବନେଇବା ପାଇଁ ହଠ କରିବା ଆରମ୍ଭ କଲେ । ଏହା ପରେ ଭଗବାନ ଶିବ ମାତା ପରବତୀଙ୍କୁ ଉପହାର ଦବା ପାଇଁ କୁବେରକୁ ଅଦ୍ଭୁତ ମହଲ ବନେଇବା ପାଇଁ ଆଦେଶ ଦେଇଥିଲେ ।

ଯେତେବେଳେ ରାବଣ ଏହି ମହଲ ଦେଖିଲା ତେବେ ଏହାକୁ ପ୍ରାପ୍ତ କରିବା ପାଇଁ ରାବଣ ବ୍ରାମ୍ହଣ ରୂପ ଧାରଣ କରି ନିଜ ଆଇଏସଟି ଦେବ ଶିବଙ୍କ ଘର ପୂଜା କଲା ଏବଂ ଯେତେବେଳେ ଭିକ୍ଷା ମାଗିବା ସମୟ ଆସିଲା ତେବେ ଶିବଙ୍କୁ ମହଲ ମାଗିଲା, ଯାହା ପରେ ମାତା ପାର୍ବତୀ ରାଗି ଗଲେ କିନ୍ତୁ ଶିବ ଭଗବାନ ରାବଣକୁ ଦାନ କରିଦେଲେ କିନ୍ତୁ ମାତା ପାର୍ବତୀ ରାବଣକୁ ଶ୍ରାପ ଦେଇଥିଲେ ଯେଉଁ ଘରେ ମୁଁ ବାସ କରି ପାରିଲି ନାହିଁ ସେହି ଘରେ ତୁ କେବେ ସୁଖ ଶାନ୍ତି ରେ ବାସ କରିବ ନାହିଁ ଓ ଏହା ଜଳି ପୋଡି ପାଉଁଶ ହୋଇଯିବ । ତେବେ ହନୁମାନ ଭଗବାନ ଲଙ୍କା ଦହନ କରିନଥିଲେ ହନୁମାନ ଲାଞ୍ଜ ହୋଇ ମାତା ପାର୍ବତୀ ପୁରା ରାବଣ ଲଙ୍କା ପୋଡି ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button