ଦେଶ ବିଦେଶ

ମୋରକୋରେ ୬.୮ ତୀବ୍ର ଭୂମିକମ୍ପ: ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି – Utkal Mail


ରବାଟ୍‌: ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରକୋ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି।

ଏହି ଶକ୍ତିଶାଳୀ ଭୂମିକମ୍ପ ଉତ୍ପତ୍ତିସ୍ଥଳ ନିକଟ ପ୍ରଦେଶଗୁଡ଼ିକରେ ଅନ୍ୟୂନ ୬୩୨ଜଣ ମୃତ୍ୟୁ ଘଟିଥିବା ବେଳେ ୩୦୦ଜଣ ଆହତ ହୋଇଥିବା କଥା ମୋରକୋର ଗୃହମନ୍ତ୍ରାଳୟ କହିଛି।

ଏହି ଭୂମିକମ୍ପର ପ୍ରଭାବ ବା କମ୍ପନ ସୁଦୂର ପର୍ତ୍ତୂଗାଲ୍‌ ଓ ଆଲଜେରିଆରେ ମଧ୍ୟ ଅନୁଭୂତ ହୋଇଥିଲା ବୋଲି ‘ପର୍ତ୍ତୂଗୀଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସି’ ଆଣ୍ଡ୍‌ ଆଟ୍‌ମୋସ୍ଫିୟର୍‌’ ଓ ଆଲ୍‌ଜେରିଆର ‘ସିଭିଲ୍‌ ଡିଫେନ୍‌ସ୍‌ ଏଜେନ୍‌ସି’ ସୂଚନା ଦେଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ‘ଆଟ୍‌ଲାସ୍‌ ମାଉଣ୍ଟେନ୍‌’ ୱୟୁକୈମେଦେନ୍‌ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍‌, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।

Image Courtesy of India Today

ଭୂମିକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଜନତା ପ୍ରତି ଶୋକବ୍ୟକ୍ତ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍‌’ କରି ଲେଖିଛନ୍ତି; ମୋରକୋରେ ଭୂମିକମ୍ପ ଯୋଗୁଁ ଘଟିଥିବା ପ୍ରାଣହାନୀ ଯୋଗୁଁ ଖୁବ୍‌ ବ୍ୟଥିତ। ଏଭଳି ଦୁଃଖଦ ସମୟରେ ମୋରକୋବାସୀଙ୍କୁ ସହାନୁଭୂତି ଜଣାଉଛି। ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ଦୁର୍ଦ୍ଦିନରେ ମୋରକୋକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ।

ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋରକୋରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button