ଦେଶ ବିଦେଶ

ମ୍ୟାମାରରେ କେମିତି ଅଛନ୍ତି ଓଡ଼ିଆ?

ଭୁବନେଶ୍ବର(ମୋନାଲିସା ପରିଡ଼ା): ମ୍ୟାମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି। ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମ୍ୟାମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି। ମ୍ୟାମାରରେ ୬୯୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୬୦୦ରୁ ଅଧିକ ଆହତ ହୋଇଛନ୍ତି। ଅନ୍ୟ ଦେଶ ଭଳି ମ୍ୟାମାରରେ ମଧ୍ୟ ଓଡ଼ିଆମାନେ ବସବାସ କରୁଛନ୍ତି। ଭୂମିକମ୍ପ ପରେ ସେମାନଙ୍କର ଅବସ୍ଥା କିଭଳି ରହିଛି ତାହା ଆମକୁ ସାକ୍ଷାତକାର ମାଧ୍ୟମରେ ଜଣାଇଛନ୍ତି ୟାଙ୍ଗୁନରେ ରହୁଥିବା ପ୍ରବାସୀ ଓଡ଼ିଆ ଡ.ଶୀତଲ ପାଲବାବୁ।

tttytyu
Dr. Sital Palbabu

ସେ କହିଛନ୍ତି ଯେ, “ୟାଙ୍ଗୁନରେ ପ୍ରାୟ ଦେଢ଼ ହଜାର ଓଡ଼ିଆ ରହୁଛନ୍ତି। ଏଠାରେ ଥିବା ୧୦୦ବର୍ଷ ପୁରୁଣା ୪ଟି ଜଗନ୍ନାଥ ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଆମେ ରହୁଥିବା ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ହୋଇନଥିଲେ ବି ଭୂକମ୍ପର ଝଟକା ଆମେ ଅନୁଭବ କରିଛୁ। ଭୂକମ୍ପ ପରେ ଇଣ୍ଟରନେଟ୍ ଚାଲୁଥିବାରୁ ଆମେ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିପାରୁଛୁ। କିନ୍ତୁ ଟେଲିଫୋନ ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବାରୁ ତାହା ବନ୍ଦ ରହିଛି। ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ଅନେକ ବିଲ୍‌ଡିଂରେ ପାଣି ସମସ୍ୟା ଦେଖା ଦେଇଛି। ୟାଙ୍ଗୁନର ଯେଉଁ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ୩-୪ଟି ଓଡ଼ିଆ ପରିବାର ରହୁଛନ୍ତି। ଏବେ ଆମେ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଭଲମନ୍ଦ ବୁଝିବାକୁ ଉଦ୍ୟମ କରୁଛୁ।।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button