୨୯ ବର୍ଷ ପୁର୍ବରୁ ସଲମାନଙ୍କୁ ସୁପରଷ୍ଟାର ବନାଇଥିବା ଅଭିନେତ୍ରୀଙ୍କ ପୁଅ କହିଲେ କିଛି ଏମିତି !

ବଲିଉଡରେ ବର୍ତ୍ତମାନ ଷ୍ଟାରକିଡ ମାନଙ୍କର ଏଣ୍ଟ୍ରି ଧମାଲ ମଚଉଛି। ଏହାର ଆରମ୍ଭ ଶ୍ରୀଦେବୀଙ୍କର ଝିଅ ଜାହ୍ନବୀ କପୁର ଫିଲ୍ମ ’ଧଡକ’ରୁ କରି ସାରିଛନ୍ତି। କିଛି ଦିନ ମଧ୍ୟରେ ସୈଫଙ୍କର ଝିଅ ସାରା ଅଲି ଖାନ୍ ଏବଂ ସଞ୍ଜୟ କପୁରଙ୍କର ଝିଅ ସନାୟା କପୁର ମଧ୍ୟ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।
ଏହାଛଡା ସଲମାନଙ୍କର ସହ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ପୁଅ ଅଭିମନ୍ୟୁ ଦସାନୀ ମଧ୍ୟ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଅଭିମନ୍ୟୁଙ୍କର ଡେବ୍ୟୁ ଫିଲ୍ମର ନାମ ହେଉଛି ’ମର୍ଦ କୋ ଦର୍ଦ ନହିଁ ହୋତା’। ଅଭିମନ୍ୟୁ ଫିଲ୍ମର ପ୍ରୋମୋସନ୍ ସମୟରେ ମିଡିଆ ସହିତ କଥା ସେୟୋର କରିଛନ୍ତି।
ସେ କହିଛନ୍ତି, ମୁଁ ଯେତେବେଳେ ମୋ ମା’ଙ୍କ ସହିତ ଥାଏ ସେତେବେଳେ ଲୋକମାନେ ମୋତେ ଚିହ୍ନିଥାନ୍ତି। ମୋର ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ବନ୍ଧୁ ନାହାଁନ୍ତି। ମୁଁ ଫିଲ୍ମ ପାର୍ଟୀକୁ ମଧ୍ୟ କେବେବି ଯାଇ ନଥାଏ। ମୋର ସଂସ୍କାର ହିଁ ମୋତେ ଜଣେ ଭଲ ମଣିଷ ହେବାକୁ ଶିକ୍ଷା ଦେଇଛି।
ଆହୁରି ପଢ଼ନ୍ତୁ : ‘ସୁଇଧାଗା’ ପ୍ରମୋସନରେ ଓଡ଼ିଶା ପିପିଲି
୨୮ ବର୍ଷିୟା ଅଭିମନ୍ୟୁ ଜଣାଇଛନ୍ତି ଯେ ତାଙ୍କୁ ଏହି ପ୍ରୋଜେକ୍ଟ କେମିତି ମିଳିଥିଲା ? ସେ କହିଲେଯେ କେହି ଜଣେ ତାଙ୍କୁ ଅଡିଶନର ସ୍କ୍ରୀନ ଶର୍ଟ ଦେଇଥିଲେ। ଯେଉଁଥିରେ ମାର୍ସଲ ଆର୍ଟ ଫିଲ୍ମ ପାଇଁ ହିରୋ ଆବଶ୍ୟକ ଥିଲା। ଏହାକୁ ଜାଣିବା ପରେ ସେତେବେଳେ ମୁଁ ସେଠାକୁ ଯାଇକି ଅଡିସନ ଦେଇଥିଲି।
ମୋ ଅଡିସନ ୩୦ ମିନିଟ୍ ପର୍ୟ୍ୟନ୍ତ ହୋଇଥିଲା। ମୋତେ କୌଣସି ଆଶା ନଥିଲାଯେ ମୋର ସିଲେକ୍ସନ ହୋଇଯିବ ବୋଲି, ମୁଁ ଏହା ପୁର୍ବରୁ ପ୍ରାୟ ୨୦-୩୦ଟି ଅଡିଶନ ଦେଇ ସାରିଥିଲି। ଫିଲ୍ମକୁ ଆସିବା ପୁର୍ବରୁ ଅଭିମନ୍ୟୁ ନିଜର ବ୍ୟବସାୟ କରିବାକୁ ଚାହୁଁଥିଲେ କିନ୍ତୁ ପରେ ତାଙ୍କୁ ଅଭିନୟ ଏବଂ ନିର୍ମାଣ କରିବାକୁ ଆଗ୍ରହ ହୋଇଥିଲା।



