ବିଚାର

ଅନେକ ସମସ୍ୟାକୁ ଚୁଟକିରେ ଦୂର କରିବ ସୋରିଷ , ବାସ୍ ଏପରି କରନ୍ତୁ ବ୍ୟବହାର

ସୋରିଷ ତେଲର ବ୍ୟବହାର ପ୍ରାୟତଃ ସମସ୍ତ ଘରେ ହୋଇଥାଏ। ଏପରିକି ସୁଧ୍ୟ ସୋରିଷ ତେଲ ଖାଇବା ଶରୀର ପାଇଁ ବହୁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଖାଲି ଯେ ଏହାର ତେଲ ତାହା ନୁହଁ ଏହାର ମଞ୍ଜି ମଧ୍ୟ ବହୁ ଲାଭକାରୀ ହୋଇଥାଏ। ସୋରିଷ ମଞ୍ଜିରେ କେରୋଟିନ୍ , ଲୁଟ୍ରିନ୍ , ଭିଟାମିନ୍ ଏ, ସି ଆଦି ସାମିଲ ରହିଥାଏ। ଏହା ଏକ ଭଲ ଆଣ୍ଟିଅକ୍ସିଡେଣ୍ଟ ଭାବେ ମଧ୍ୟ କାମ କରିଥାଏ। ଆସନ୍ତୁ ଜାଣିବା ଏହାର ବ୍ୟବହାର ଏବଂ ଫାଇଦା ।

mustard

-ସୋରିଷ ମଞ୍ଜିର ଗୁଣ୍ଡକୁ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ନାକ ଉପରେ ପ୍ରୟୋଗ କରନ୍ତୁ। ଏହା ଦ୍ବାରା ମାଇଗ୍ରେନର ସମସ୍ୟା ଦୂର ହୋଇଥାଏ।

-ହାଲୁକା ଉଷୁମ ପାଣିରେ ସୋରିଷ ଗୁଣ୍ଡର ପେଷ୍ଟ ମିଶାଇ ପାଦକୁ କିଛି ସମୟ ସେଥିରେ ବୁଡ଼ାଇ ରଖନ୍ତୁ। ଦେଖିବେ ପାଦ ଏବଂ ଗଣ୍ଠି ଜନିତ ଯନ୍ତ୍ରଣା ଦୂର ହୋଇଯିବ।

mustard-seed

-ସୋରିଷ ତେଲରେ ଜୁଆଁଣୀ, ରସୁଣ ଏବଂ ହେଙ୍ଗୁ ପକାଇ ଟିକେ ଗରମ କରନ୍ତୁ। ପରେ ତାହାକୁ ଅଣ୍ଟାରେ ମାଲିସ କରନ୍ତୁ। ଦେଖିବେ ଅଣ୍ଟା ବିନ୍ଧାରୁ ରକ୍ଷା ମିଳିବ।

-ମାସିକ ଧର୍ମ ସମୟରେ ଅଧିକ ରକ୍ତତ୍ସାବ ହେଉଥିଲେ ଏକ ଚାମଚ ସୋରିଷ ଗୁଣ୍ଡକୁ ଗରମ କ୍ଷୀର ସହ ମିଶାଇ ଦିନକୁ ୨ଥର ପିଅନ୍ତୁ। ଦେଖିବେ କଷ୍ଟ ଦୂର ହେବା ସହ ରକ୍ତତ୍ସାବ କିଛି ମାତ୍ରାରେ କମ ହେବ।

mustard (1)

-ସୋରିଷ ଗୁଣ୍ଡକୁ ମହୁ ସହ ମିଶାଇ ସେବନ କରିବା ଦ୍ବାରା କଫ , ଥଣ୍ଡା ଏବଂ କାଶ ଆଦି ସମସ୍ୟାରୁ ରକ୍ଷା ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button