ବିଚାର

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ସୋରିଷ ତେଲ। ଏହା କେଶକୁ ମଜଭୂତ କରାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ସୋରିଷ ତେଲ ସହ ମେହେନ୍ଦି ମିଶାଇ ଲଗାଇବା ଦ୍ୱାରା କେଶ ଘନ ଏବଂ କଳା ହେବା ସହିତ ପୋଷଣ ମଧ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ସୋରିଷ ତେଲ ଓ ମେହେନ୍ଦିର ବ୍ୟବହାର ବିଷୟରେ କହିବୁ।

ଆବଶ୍ୟକ ସାମଗ୍ରୀ

-୧ କପ୍‌ ସୋରିଷ ତେଲ

-୩ ବଡ଼ ଚାମଚ ହିନା ପାଉଡର କିମ୍ବା ମେହେନ୍ଦି ପତ୍ର

h2

ପ୍ରସ୍ତୁତି ପ୍ରଣାଳୀ

-ଗ୍ୟାସ୍‌ ଉପରେ ଲୁହା କଡ଼େଇ ବସାନ୍ତୁ ଏବଂ ଏଥିରେ ସୋରିଷ ତେଲ ପକାନ୍ତୁ।

-ତେଲ ଗରମ ହୋଇଗଲା ପରେ ଗ୍ୟାସ୍‌ର ଆଞ୍ଚକୁ କମ୍‌ କରିଦିଅନ୍ତୁ। ସେଥିରେ ହିନା ପାଉଡର ପକାନ୍ତୁ।

-ତେଲ ଫୁଟିବା ଯାଏ ଏହାକୁ ଗରମ କରନ୍ତୁ ଏବଂ ଲଗାତାର ଘାଣ୍ଟନ୍ତୁ।

h2

-ଯେତେବେଳେ ତେଲ ସମ୍ପୂର୍ଣ୍ଣ କଳା ହୋଇଯିବ ଏବଂ ମେହେନ୍ଦି ସେଥିରେ ମିଶିଯିବ, ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।

-ତେଲ କଡ଼େଇକୁ ୧ ମିନିଟ୍‌ ଯାଏ ଢାଙ୍କିକି ରଖିଦିଅନ୍ତୁ। ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ଛାଣି ଏକ ଶିଶିରେ ରଖନ୍ତୁ।

-ଏବେ ଆପଣଙ୍କ ମିଶ୍ରଣ ପ୍ରସ୍ତୁତ ହୋଇଗଲା। କେଶ ଅଧିକ ପାଚୁଥିଲେ ଏହାକୁ ବ୍ୟବହାର କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button