ଜୀବନଶୈଳୀ

ଆଖିର ଲୁହ ମଧ୍ୟ ଦୂର କରିଥାଏ ଅନେକ ରୋଗ, ଜାଣନ୍ତୁ ଏହା କିପରି ଶରୀରକୁ ପହଁଚାଇଥାଏ ଫାଇଦା

ପ୍ରାୟ ସମସ୍ତେ କୁହନ୍ତି ଯେ କାନ୍ଦିବା ଭଲ ହୋଇନଥାଏ। କିନ୍ତୁ କିଛି ଏକ୍ସପର୍ଟଙ୍କ କହିବାନୁଯାୟୀ କାନ୍ଦିବା ଆପଣଙ୍କ ପାଇଁ ଉତ୍ତମ ହୋଇଥାଏ। ଏହାଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ। ଆଜି ଆମେ ଆପଣଙ୍କୁ କାନ୍ଦିବାର କିଛି ଫାଇଦା ବିଷୟରେ ଜଣାଇବୁ। ଆଖିରେ ଲୁହ ବାହାରିବା ଦ୍ବାରା ଅନେକ ପ୍ରକାରର ରୋଗ ଦୂର ହୋଇଥାଏ ଏବଂ ଏହା ସହିତ ମସ୍ତିଷ୍କ ମଧ୍ୟ ଠିକ ରହିଥାଏ। ଆଜି ଆମେ ଆପଣଙ୍କୁ ଲୁହ ବାହାରିବାର ବହୁତ ଫାଇଦା ବିଷୟରେ ଜଣାଇବୁ। ଯାହାକୁ ଆପଣ ଜାଣିବା ବହୁତ ଆବଶ୍ୟକ ଅଟେ।

-କାନ୍ଦିବା ଦ୍ବାରା ଚିନ୍ତା ଦୁର ହୋଇଥାଏ। ଯେଉଁ ବ୍ୟକ୍ତି ଚିନ୍ତାରେ କାନ୍ଦିଥାନ୍ତି, ସେମାନଙ୍କ ଠାରେ କାନ୍ଦିବା ସ୍ତର କମ୍ ହୋଇଥାଏ।

-ଯେତେବେଳେ ଆମ ଆଖିରେ ଧୂଳିକଣା ପଶି ଯାଇଥାଏ ତେବେ ଆଖିରେ ଲୁହ ବାହାରିବା ଆରମ୍ଭ ହୋଇଥାଏ। ଏହି ପାଣି ଆମ ଆଖିକୁ ସୁରକ୍ଷା ଦେଇଥାଏ। ଲୁହ ଆମ ଆଖିକୁ ଜଳିବାରୁ ରକ୍ଷା କରିଥାଏ।

-ଆଖିରେ ୨୪ ପ୍ରତିଶତ ଏଲବୁମିନ ପ୍ରୋଟୀନ ରହିଥାଏ ଯାହା ଉଚ୍ଚ ରକ୍ତଚାପ, ମୋଟାପଣ, ମଧୁମେହ ଭଳି ରୋଗ ଠାରୁ ଲଢ଼ିବାରେ ସାହାଯ୍ୟ କରିଥାଏ।

-ଲୁହ ବୋହିବା ପରେ ଆମ ମସ୍ତିଷ୍କ ଏବଂ ହ୍ରୁଦୟ ଭଲ ଭାବେ କାମ କରିବା ଆରମ୍ଭ କରିଥାଏ। ଯାହାଦ୍ବାରା ଆମକୁ ଆରାମ ମିଳିଥାଏ ଏବଂ ଆମ ମନ ମଧ୍ୟ ହାଲକା ହୋଇଥାଏ।

-ଭାବନାତ୍ମକ କାରଣରୁ ବାହାରିଥିବା ଲୁହରେ ଏଲବୁମିନ ପ୍ରୋଟୀନର ମାତ୍ରା ୨୪ ପ୍ରତିଶତ ଅଧିକ ହୋଇଥାଏ ଯାହା ମେଟାବଲିଜିମକୁ ପ୍ରଭାବିତ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button