ମନୋରଞ୍ଜନ

ସୀତା ଲୋ… ଏତେ ହିଟ ହେବ ଜାଣି ନଥିଲି, ଯେତେବେଳେ ମୁଁ ଏ ଗୀତ ଗାଉଥିଲି ସମସ୍ତେ କହିଲେ….’ T. Souri

ବନ୍ଧୁଗଣ, ସୂଚନା ଅନୁଯାୟୀ “ସୀତା ଲୋ ଜଳୁଛି ଯାହାର ଚିତା” ଗାଇ ପ୍ରସିଦ୍ଧ ହାସଲ କରିଥିବା ଗାୟକ ତଥା କଣ୍ଠଶିଳ୍ପୀ ଟି.ସୌରୀ ନିଜର ମନ କଥା କୁ କିଛି ଏଭଳି ଭାବରେ କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସେ କହିଛନ୍ତି ଯେ ସେ ଯେତେବେଳେ ପ୍ରଥମେ ଇଣ୍ଡଷ୍ଟ୍ରୀକୁ ଆସିଲେ ସେତେବେଳେ ସେ ଷ୍ଟେଜ ସୋ କରୁଥିଲେ ତଥା ଅର୍କ୍ରେଷ୍ଟ୍ରା ପ୍ରୋଗ୍ରାମ ସବୁ କରୁଥିଲେ । ଏବଂ ନିଜ ଜୀବନରେ ସେ ବହୁତ ବ୍ୟସ୍ତ ରହୁଥିଲେ ।

ଗୀତଗୁଡିକ ମଧ୍ୟ ସେତେବେଳେ ବହୁତ ହିଟ ହେଇଯାଉଥିଲା ସେତେବେଳେ । ତାଙ୍କର ଏଣ୍ଟ୍ରି ଯେତେବେଳେ ହେଲା ସେ ସର୍ବପ୍ରଥମେ ଉତ୍ତମ ମହାନ୍ତି ଙ୍କ ପାଇଁ ସ୍ଵର ଦେଇଥିଲେ । ମାତ୍ର ବ୍ୟସ୍ତ ବହୁଳ ରହିବାରୁ ତାଙ୍କୁ ସମୟ ମିଳେନାହିଁ ଚୁଟି କାଟିବା ନିମନ୍ତେ ଏବଂ ଏହା ଧୀରେ ଧୀରେ ବଢିବାକୁ ଲାଗିଲା । ତାଙ୍କ ମ୍ୟୁଜିକ ଡାଇରେକ୍ଟର କହିଥିଲେ ଯେ ଲମ୍ବା କେଶ ମାନୁଛି । ଏହାପରେ ସେ କେଶ ଏହିଭଳି ରଖିବା ଆରମ୍ଭ କରିଦେଲେ ।

ତେବେ “ସୀତା ଲୋ ଜଳୁଛି ଯାହାର ଚିତା” ଆଜି ଦିନରେ ଏହି ଗୀତ ଗୋଟିଏ ଇତିହାସ ରଚନା କରିଛି ଏବଂ ଏହାକୁ ନେଇ ସେ କହିଛନ୍ତି ଯେ ଏହି ଗୀତ ଟି ଏତେ ଲୋକପ୍ରିୟତା ହାସଲ କରିବ ବୋଲି ସେ କେବେ ଚିନ୍ତା କରି ନଥିଲେ । ମାତ୍ର କେଉଁଠି ନା କେଉଁଠି ତାଙ୍କ ଡେଷ୍ଟିନି ମ୍ୟୁସିକ ବୋଲି ସେ ଜାଣିସାରିଥିଲେ ।

ଯେତେବେଳେ ସେ ସୀତା ଲୋ ଗାଇଲେ ତାହା ପୂର୍ବ ରୁ ହିଁ ସେ ଜାଣିସାରିଥିଲେ ଯେ ତାଙ୍କୁ ଭଗବାନ ପଠାଇଛନ୍ତି ତୁ ସଂଗୀତ କରି ପାରିବୁ ନଚେତ ତୋ ଦ୍ଵାରା ଆଉ କିଛି ହୋଇପାରିବ ନାହିଁ । ତେବେ ଏହିଭଳି ଚିନ୍ତାଧାରା ତାଙ୍କ ମନକୁ ଆସିସାରିଥିଲା । ଏବଂ ତାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ସ୍ୱରୂପ ନାୟକ । ଆଉ ଏହି ଗୀତ ହେଉଛି ସ୍ୱରୂପ ନାୟକଙ୍କ ମ୍ୟୁଜିକ କମ୍ପୋଜିସନ । କମ୍ପୋଜିସନ ତାଙ୍କର ଏବଂ ଲେଖା ମଧ୍ୟ ତାଙ୍କର ଥିଲା ।

ସେତେବେଳେ ଅନୁଗୁଳ କଲେଜରେ ଯୁକ୍ତ ଦୁଇ ରେ ପାଠ ପଢୁଥିଲେ ଗାୟକ ଟି ସୌରୀ । ତେବେ କଟକରେ ଏକ ସୋ ଥିଲା କଲେଜ ର କିଛି ପିଲା ମିଶି ଏକ ଗୃପ କରିଥିଲେ । ତେବେ ସ୍ୱରୂପ ନାୟକଙ୍କ ଘର କାଫଲା ବଜାର ପାଖରେ ହିଁ ଏହି ସୋ ହେଉଥିଲା । ଏବଂ ସେ ଷ୍ଟେଜ ରେ ଗାଇଲା ବେଳେ ସେ ତାଙ୍କ ଘରେ ବସି ଶୁଣୁଥିଲେ । ଏହାପରେ ତାଙ୍କୁ ଡକାଇଥିଲେ ।

କହିଥିଲେ ଯେ ବହୁତ ଭଲ ଗାଉଛ । ଏହାପରେ ତାଙ୍କୁ ସୁଯୋଗ ଦେଇଥିଲେ ଏବଂ ସେ ନିଜେ ମଧ୍ୟ ଜାଣିନଥିଲେ ଯେ ଏହି ଗୀତଟି ଏତେ ହିଟ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button