୮୫ବର୍ଷୀୟ ବୃଦ୍ଧ ‘ଯବାନ’ ଦେଖିବା ପରେ ଦେଲେ ଏଭଳି ପ୍ରତିକ୍ରିୟା – Utkal Mail
ନୂଆଦିଲ୍ଲୀ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’କୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମ ରିଲିଜ୍ ହେବାର ଦିନଠାରୁ ଲୋକେ ସିନେମାକୁ କେମିତି ଦେଖିବେ ସେନେଇ ବାଉଳା ହୋଇପଡ଼ୁଛନ୍ତି। କେବଳ ପିଲା ଏବଂ ଯୁବକ ନୁହଁନ୍ତି ବୃଦ୍ଧମାନେ ମଧ୍ୟ ଅଭିନେତାଙ୍କ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି। ଏହି ସମୟରେ ୮୫ବର୍ଷ ବୟସ୍କା ମହିଳା ମଧ୍ୟ ଶାହରୁଖ ଖାନଙ୍କ ଫିଲ୍ମ ଦେଖିବା ପାଇଁ ଥିଏଟରକୁ ଯାଇଥିଲେ ଏବଂ ସିନେମା ‘ଯବାନ’ ଦେଖିବା ପରେ ସେ ପ୍ରତିକ୍ରିୟା ବି ଦେଇଛନ୍ତି ।
ବୃଦ୍ଧ ମହିଳାଙ୍କ ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରାଯାଇଥିଲା, ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ପଚାରୁଛନ୍ତି ଯେ ଜେଜେମା ‘ଯବାନ’ ଦେଖିବାକୁ ଆସିଛନ୍ତି କି? ଏହି ସମୟରେ ଜେଜେମା କୁହନ୍ତି ଯେ ହଁ, ମୁଁ ‘ଯବାନ’ ଦେଖିବାକୁ ଆସିଛି ।’
ଏହାପରେ ବୃଦ୍ଧ ମହିଳା କହିଥିଲେ ଯେ ସେ ଶାହରୁଖ ଖାନଙ୍କ ସମସ୍ତ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରନ୍ତି। ତେଣୁ ସେ ‘ଯବାନ’ ଦେଖିବା ପାଇଁ ଥିଏଟରକୁ ଆସିଥିଲେ |
Dear @iamsrk ,
My 85 year old dadi is your biggest fan, she made sure that we take her to watch the movie.
She loved #Jawan and loves you too❤️.@SRKUniverse @SRKFC_PUNE @SRKHydFans @SRKCHENNAIFC @SRKsAdmirers #JawanBlockBuster #ShahRukhKhan𓀠 pic.twitter.com/Otrp3eP1gx
— Udayan Shukla (@UdayanShukla) September 10, 2023