ବିଚାର

ଯେତେବେଳେ ଅଚାନକ ବୃଦ୍ଧ ମହିଳାଙ୍କ ଘରେ ପହଞ୍ଚିଗଲେ ଡିଏମ ସାର, ତା’ପରେ ଯାହା ହେଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଜନସେବାର କାହାଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯେଉଁଥିରେ ଡିଏମ ସାର ଏକ ବୃଦ୍ଧ ମହିଳା ଙ୍କ ସଂପୂର୍ଣ୍ଣ ଜୀବନଶୈଳୀ ବଦଳାଇ ଦେଲେ । ଗୋଟିଏ ବୁଢୀ ୮୦ ବର୍ଷ ର ମହିଳା ଯିଏ କି ନିଜ ଘରେ ଏକୁଟିଆ ରହୁଥିଲେ ଏବଂ ବହୁତ ଦିନରୁ ବିମାର ଥିଲେ । ସେ ଅନେକ ଦିନରୁ ଖାଦ୍ୟ ମଧ୍ୟ ଖାଇ ନଥିଲେ । ଯାହା ଫଳରେ ତାଙ୍କ ଶରୀର ଅସୁସ୍ଥ ଥିଲା । ସେ ସଠିକ ଭାବରେ ଉଠିବସି ପାରୁନଥିଲେ । ଜ୍ଵର ତଥା ଶରୀର ଅସୁସ୍ଥତା କାରଣରୁ ସେ ସଠିକ ଭାବରେ ଉଠିବସି ପାରୁ ନଥିଲେ ।

ଏବଂ ଏହିଭଳି ପରିସ୍ଥିରେ ସେ ଇଶ୍ଵର ଙ୍କ ପାଖରେ ପ୍ରାର୍ଥନା କରୁଥିଲା ଯେ ଭଗବାନ ମହିଳା ଜଣଙ୍କୁ ନିଜ ପାଖକୁ ଡାକି ନିଅନ୍ତୁ । ଯେବେ ସେହି ମହିଳା ଙ୍କ ସମ୍ବନ୍ଧରେ ତାମିଲନାଡୁର କରୁଡ ଜିଲ୍ଲାର କଲେକ୍ଟର ଟି ଅମ୍ବାଜ ଗେନ ଙ୍କୁ ଖବର ମିଳିଲା ତେବେ ସେହି ଦୟାଳୁ IAS ଅଫିସର ନିଜ ଧର୍ମପତ୍ନୀ ଙ୍କୁ ଖାଦ୍ୟ ବନାଇବାକୁ କହିଲା ଏବଂ ଏହାପରେ ଟିଫିନ ନେଇ ସେ ସେହି ବୁଢୀ ମହିଳା ଙ୍କ ଝୋପଡିରେ ଯିବାପାଇଁ ପ୍ରସ୍ତୁତ ହେଲେ ।

ସୂଚନା ଅନୁଯାୟୀ ସେହି ଗରିବ ମହିଳା ଙ୍କ ସହିତ ଆଖପାଖର ଲୋକ ମଧ୍ୟ ସଠିକ ଭାବରେ କଥାବାର୍ତ୍ତା କରୁ ନଥିଲେ । ନା ହିଁ ତାଙ୍କର ସାହାର୍ଯ୍ୟ କରିବାକୁ କେହି ତାଙ୍କ ପାଖକୁ ଆସୁଥିଲେ । ମାତ୍ର ସେହି ଜିଲ୍ଲାର ବଡ ଅଫିସର ସେହି ବୃଦ୍ଧ ମହିଳା ଙ୍କ ଘରକୁ ଅତିଥି ହୋଇ ଆସିଲେ । ଏହାପରେ ହଠାତ ସେହି ବୁଢୀ ମହିଳା ସ୍ତବ୍ଧ ରହିଗଲେ, ସେ ବୁଝି ପାରିଲେ ନାହିଁ ଯେ କ’ଣ ହେଉଛି ?

ଏହାପରେ ଡିଏମ ସାର ତାଙ୍କୁ କହିଲେ ଯେ ମା’ ମୁଁ ନିଜ ଘରୁ ତୁମ ପାଇଁ ଭୋଜନ ନେଇ ଆସିଛି । ଚାଲ ସାଥିରେ ଖାଇବା । ମାତ୍ର ସେହି ବୁଢୀ ମହିଳା ଙ୍କ ଘରେ ଅଧିକ ବାସନ ନଥିଲା ଏଣୁ ସେ ମହିଳା ଜଣଙ୍କ କହିଲେ ଯେ ସାର ଆମେ ତ କଦଳୀ ପତ୍ର ରେ ଖାଦ୍ୟ ଖାଉ । ଏହା ପରେ ଡିଏମ ସାର କହିଲେ ଏହା ଅତି ଉତ୍ତମ ଯଦି ଏଭଳି ହୁଏ ତେବେ ମୁଁ ମଧ୍ୟ ନିଜେ କଦଳୀ ପତ୍ର ରେ ଖାଦ୍ୟ ଖାଇବି ।

ଏହା ପରେ ସେ ବୃଦ୍ଧ ମହିଳା ଙ୍କ ସହିତ ଖାଦ୍ୟ ଖାଇଲେ ଏବଂ ସେଠାରୁ ଯିବା ସହିତ ସେ ମହିଳାକୁ ବୃଦ୍ଧାବସ୍ଥା ପେନସନର କାଗଜପତ୍ର ଦେଇ କୁହନ୍ତି ଯେ ଆପଣଙ୍କୁ ବ୍ୟାଙ୍କ କୁ ଆସିବାକୁ କୌଣସି ଆବଶ୍ୟକତା ପଡିବ ନାହିଁ ।

ଆପଣଙ୍କୁ ଘରେ ବସି ପେନସନ ମିଳିଯିବ । ଏଭଳି କହି କଲେକ୍ଟର ସାର ଗାଡିରେ ବସି ଚାଲିଜାଆନ୍ତି । ଏବଂ ସେହି ବୃଦ୍ଧ ମହିଳା ଅଶ୍ରୁପରୀତ ନୟନ ଦ୍ଵାରା ସେହି ଦୟାଳୁ ଡିଏମ ସାରଙ୍କୁ ଦେଖି ରହିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button