ବିଚାର

ଉଜ୍ୱଳ ଏବଂ କୋମଳ ତ୍ୱଚା ଚାହଁଥିଲେ, ଲଗାନ୍ତୁ ମିଲ୍କ ପାଉଡର

ଆମ୍ଭେମାନେ ମିଲ୍କ ପାଉଡର ବ୍ୟବହାର ଚା’ କିମ୍ବା କଫି ପ୍ରସ୍ତୁତ କଲାବେଳେ ବ୍ୟବହାର କରିଥାଉ। ଏହା କ୍ଷୀରର ବିକଳ୍ପ ଭାବେ କାମ କରିବା ସହ ସୁବିଧାରେ ସାଙ୍ଗରେ ନେଇହୁଏ। କିନ୍ତୁ ଏହା ଆମ ତ୍ୱଚାକୁ ଉଜ୍ୱଳ ଏବଂ କୋମଳ କରିବାରେ ସହାୟକ ହୋଇଥାଏ, ତାହା ବହୁତ କମ୍‌ ଲୋକ ଜାଣିଥିବେ। ଏହା ତ୍ୱଚା ପାଇଁ ବେଶ ଲାଭକାରୀ ହୋଇଥାଏ। ଏହାକୁ ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ହେବା ସହିତ କୋମଳ ମଧ୍ୟ ହୋଇଥାଏ। ଏହାର ଫାଇଦା ପାଇଁବା ପାଇଁ ଏଥିରେ ଅନ୍ୟ ଜିନିଷ ମିଶାଇ ମଧ୍ୟ ଫେସପ୍ୟାକ ପ୍ରସ୍ତୁତ କରିପାରିବେ।

milk powder benefits

 

ତ୍ୱଚା ଉଜ୍ୱଳ ପାଇଁ:

ଗୋଟେ ଚାମଚ ମିଲ୍କ ପାଉଡରରେ ଏକ ଚାମଚ ଓଟମିଲ ପାଉଡର, ଦୁଇ ଚାମଚ କମଳା ରସ କିମ୍ବା ଲେମ୍ବୁରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଧ୍ୟାନ ରଖିବେ ଯେପରି ଆଖି ପାଖରେ ନ ଲାଗେ। ୧୫-୨୦ ମିନିଟ ପ୍ୟାକକୁ ଲଗାଇବା ପରେ ହାଲକା ଉଷୁମ ପାଣିରେ ଧୋଇଦିଅନ୍ତୁ। ସପ୍ତାହରେ ଦୁଇ ଥର ଏହି ପ୍ୟାକ୍‌କୁ ଲଗାନ୍ତୁ।

କଳାଦାଗ ଦୂର ପାଇଁ:

ଚେହେରାରୁ କଳାଦାଗ ଦୂର କରିବାରେ ମିଲ୍କ ପାଉଡର ସାହାଯ୍ୟ କରିଥାଏ। ଏକ ପାତ୍ରରେ ଦୁଇ ଚାମଚ ମିଲ୍କ ପାଉଡର ସହିତ ଏକ ଚାମଚ ଦହି ଏବଂ ଲେମ୍ବୁରସ ମିଶାଇ ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାନ୍ତୁ। ପ୍ୟାକ ଶୁଖିଗଲା ପରେ ହାଲକା ଭାବେ ଏହାକୁ ରଗଡି ମୁହଁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ମଧ୍ୟରେ ମୁହଁରୁ କଳାଦାଗ ଦୂର ହୋଇଯିବ।

Milk-powder-for-skin

ବ୍ରଣ ପାଇଁ:

ମୁହଁରେ ବ୍ରଣ ହେଲେ କ୍ଷୀର କିମ୍ବା ଲହୁଣୀ ଲଗାଇବାକୁ ବାରଣ କରାଯାଏ। କିନ୍ତୁ ମିଲ୍କ ପାଉଡର ଆପଣଙ୍କ ବ୍ରଣ ସମସ୍ୟାକୁ ଦୂର କରିଥାଏ। ଏକ ଚାମଚ ମିଲ୍କ ପାଉଡରରେ ଏକ ଚାମଚ ହଳଦୀ ଏବଂ ଏକ ମିଡିଅମ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇବାର ୧୫ ମିନିଟ ପରେ ମୁହଁ ଧୋଇଦିଅନ୍ତୁ। ସପ୍ତାହକୁ ଅତି କମ୍‌ରେ ତିନି ଥର ଏପରି ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁରୁ ବ୍ରଣ ଦୂର ହୋଇଥାଏ।

ତେଲିଆ ତ୍ୱଚା ପାଇଁ:

ତେଲିଆ ତ୍ୱଚାରେ ଅନେକ ପ୍ରକାର ସମସ୍ୟା ଦେଖାଯାଏ। ଏଥିରୁ ରକ୍ଷା ପାଇବା ପାଇଁ ଏକ ଚାମଚ ମିଲ୍କ ପାଉଡର ଏବଂ ମୁଲତାନୀ ମାଟିରେ ଦହି କିମ୍ବା ଲେମ୍ବୁରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ଭଲଭାବେ ମିଶାଇ ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହି ପ୍ୟାକକୁ ସପ୍ତାହକୁ ତିନି ଥର ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁରେ ଥିବା ଅତ୍ୟଧିକ ତୈଳ ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button