ଜୀବନଶୈଳୀ

ଏଠି ବର ବଦଳରେ ବରର ଭଉଣୀ ଯାଉଛନ୍ତି କନ୍ୟା ଘରକୁ ବରଯାତ୍ରୀ ନେଇ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବେଳେବେଳେ ପୃଥିବୀ ପୃଷ୍ଠ ରେ ଏପରି କିଛି ଘଟଣା ଘଟି ଥାଏ ଯାହା ଦ୍ୱାରା ସମସ୍ତ ଲୋକ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହା ମଧ୍ୟରୁ କେତେକ ଘଟଣା ସମ୍ପୂର୍ଣ୍ଣ ସତ୍ୟ ହୋଇଥାଏ ଓ କେତେକ ଘଟଣା ମିଛ ଅର୍ଥାତ ଯାଦୁ ଭଳି ହୋଇଥାଏ । ବର୍ତ୍ତମାନ ଆମେ ଆସି ୨୦୨୧ ରେ ପହଂଚିଲୁଣି କିନ୍ତୁ ତଥାପି ଆମ ଭାରତ ର ଅନେକ ରାଜ୍ୟ ରେ ଏ ପର୍ଯ୍ୟନ୍ତ ଅନ୍ଧ ବିଶ୍ୱାସ ବଂଚି କରି ରହିଛି । ଏହି ପରି ଅନ୍ଧ ବିଶ୍ୱାସ ଜୀବିତ ରହିବା ଦ୍ଵାରା ଅନେକ ଲୋକ ଙ୍କ ର ଜୀବନ ମଧ୍ୟ ଚାଲିଯାଉଛି ।

ତେବେ ଭାରତ ର ଗୁଜୁରାଟ ରାଜ୍ୟ ରେ ଏପରି ଏକ ଅନ୍ଧ ବିଶ୍ୱାସ ରହିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ତେବେ କଣ ଏହି ଅନ୍ଧ ବିଶ୍ୱାସ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଭାରତ ର ଗୁଜୁରାଟ ରାଜ୍ୟ ର ସୁରଖେଡା ଗ୍ରାମ ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମ ରେ ନଣନ୍ଦ ଙ୍କ ସହିତ ଭାଉଜ ଙ୍କ ର ବିବାହ ହୋଇଥିବା ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଆପଣଂକୁ କହି ରଖୁଛୁ ଯେ ଏହି ଘଟଣା ଏବେ ନୂଆ କରି ଆରମ୍ଭ ହୋଇନାହିଁ ଏହି ଗ୍ରାମ ରେ ଏହି ପରି ପରମ୍ପରା ବହୁତ ବର୍ଷ ରୁ ଚାଲି ଆସୁଛି । ସୁରଖେଡା ଲୋକଙ୍କ ର ମନ ରେ ଏକ ଅନ୍ଧ ବିଶ୍ୱାସ ରହିଛି ଯେ ଯଦି ବର ବରଯାତ୍ରୀ ନେଇ କନ୍ୟା ଘରକୁ ବିବାହ କରିବାକୁ ଯିବ ତେବେ ବର ଘରେ ବହୁତ ଅଶାନ୍ତି ଦେଖା ଯିବ ।

ଆମ ଦେଶ ରେ ପ୍ରତ୍ୟେକ ଟି ଗ୍ରାମ ରେ ଆଗ ରୁ ଏପରି ଅନ୍ଧ ବିଶ୍ୱାସ ରହିଛି ଯେ ଯଦି କନ୍ୟା ର ମାଙ୍ଗଳିକ ଦୋଷ ଥାଏ ତେବେ ତାକୁ ସାହାଡ଼ା ଗଛ ସହିତ ବିବାହ କରାଯାଇଥାଏ । ଯଦି ବର୍ଷା ହେଉ ନ ଥାଏ ତେବେ କନ୍ୟା କୁ ବେଙ୍ଗ ସହିତ ବିବାହ କରାଯାଇଥାଏ । ଯଦି ପୁଅ ର କୌଣସି ଦୋଷ ଥାଏ ତେବେ କନ୍ୟା କୁ କୁକୁର ସହିତ ବିବାହ କରାଯାଇଥାଏ । ଏହି ପରି ଆପଣ ଆହୁରି ଅନେକ ଘଟଣା ଦେଖିଥିବେ ।

ନଣନ୍ଦ ସହିତ ଭାଉଜ ବାହାଘର ଏହା ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ପଛରେ ଆହୁରି ଅନେକ ନୀତି ନିୟମ ରହିଛି । ଏହାର ନୀତି ନିୟମ ହେଉଛି ବର ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଘରେ ରହିବେ କିନ୍ତୁ ବରଯାତ୍ରୀ ନେଇ କରି ତାଙ୍କ ଭଉଣୀ କନ୍ୟା ଙ୍କ ଘରକୁ ଯିବେ । ଯଦି କନ୍ୟା ଙ୍କ ର ନିଜ ଭଉଣୀ ନ ଥାଏ ତେବେ ସମ୍ପର୍କୀୟ ଭଉଣୀ ମଧ୍ୟ ଯାଇପାରିବେ କିନ୍ତୁ ଭଉଣୀ ଙ୍କ ବୟସ ୨୦ ରୁ ଉର୍ଦ୍ଧ୍ବ ହୋଇଥିବା ସହିତ ସେ ଅବିବାହିତ ହୋଇଥିବା ଆବଶ୍ୟକ ।

ଭଉଣୀ ବରଯାତ୍ରୀ ନେଇ କରି କନ୍ୟା ଘରକୁ ଯିବେ ସେଠାରେ ସେ ତାଙ୍କୁ ସିନ୍ଦୁର ଦେବେ ଓ ତାଙ୍କୁ ବର ଙ୍କ ଘରକୁ ନେଇ କରି ଆସିବେ ଓ ସେଠାରେ ବର ପୂର୍ବରୁ ପ୍ରସ୍ତୁତ ହୋଇକରି ଥିବେ କନ୍ୟା ପହଂଚିବା ପରେ ସେ ସେଠାରେ ତାଙ୍କୁ ବିବାହ କରିବେ ।

ଏହି ଅନ୍ଧ ବିଶ୍ୱାସ କୁ ଆଜି ମଧ୍ୟ ଅନେକ ଲୋକ ବିଶ୍ୱାସ କରୁଛନ୍ତି । ଭାରତରେ ଆଜି ବହୁତ ଉନ୍ନତି ହେବା ପରେ ମଧ୍ୟ ଆଜି ଲୋକ ମାନେ ଅନ୍ଧ ବିଶ୍ୱାସ କୁ ପାଳନ କରୁଛନ୍ତି ବୋଲି ଏହା ପ୍ରମାଣିତ କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button