ଦେଶ ବିଦେଶ

ଭାରତର ଦାମୀ ଗାୟକ: କମ୍ ଗୀତ ଗାଆନ୍ତି, ସବୁଠାରୁ ଅଧିକ ଫି’ ନିଅନ୍ତି

ସଙ୍ଗୀତ ଦୁନିଆର ସବୁଠାରୁ ଦାମୀ ଗାୟକ କିଏ? ଏହି ପ୍ରଶ୍ନର ଉତ୍ତରରେ ହୁଏତ ଆପଣ ଅରିଜିତ ସିଂହ, ଶ୍ରେୟା ଘୋଷାଲ…ଏମିତି କିଛି ନାଁ କହିବେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ ହାଇଏଷ୍ଟ ପେଡ ସିଙ୍ଗର ନୁହଁନ୍ତି। ଏମିତି ଜଣେ କଣ୍ଠଶିଳ୍ପୀ ଅଛନ୍ତି ଯିଏ ବହୁତ କମ ଗୀତ ଗାଆନ୍ତି। ହେଲେ ତାଙ୍କ ଫି’ ବଡ଼ ବଡ଼ ସିଙ୍ଗରଙ୍କଠାରୁ ଢେର ଅଧିକ।

ଏହି ଗାୟକ ଜଣକ ହେଉଛନ୍ତି ଏ ଆର ରହମାନ। ଏ ଆର ରହମାନ ନିଜ ଗୀତ ପାଇଁ ଯେତିକି ଲୋକପ୍ରିୟ ନୁହଁନ୍ତି ତା’ଠାରୁ ବେଶୀ ଲୋକପ୍ରିୟତା ତାଙ୍କୁ ମ୍ୟୁଜିକରୁ ମିଳିଛି। ଏ ଆର ରହମାନ ଖୁବ କମ ଗୀତ ଗାଆନ୍ତି, କିନ୍ତୁ ସବୁଠାରୁ ଅଧିକ ଫି’ସ ନେଇଥାନ୍ତି।

ମିଡିଆ ରିପୋର୍ଟ ଅନୁସାରେ ଏ ଆର ରହମାନ ଗୋଟିଏ ଗୀତ ଗାଇବା ପାଇଁ ୩ କୋଟି ଟଙ୍କା ନେଇଥାନ୍ତି। ଅନ୍ୟ ଗାୟକଙ୍କ ଫି’ ତୁଳନାରେ ରହମାନଙ୍କ ଫି’ ୧୨ରୁ ୧୫ ଗୁଣା ଅଧିକ। ଏ ଆର ରହମାନ ଏପରି ଗୀତ ଗାଇଥାନ୍ତି, ଯାହାର ନିର୍ଦ୍ଦେଶନା ସେ ନିଜେ ଦେଇଥାନ୍ତି।

ଏ ଆର ରହମାନଙ୍କ ଫି’ ଅନ୍ୟ କଣ୍ଠଶିଳ୍ପୀଙ୍କ ତୁଳନାରେ ଅଧିକ ହୋଇଥିଲେ ମଧ୍ୟ ସେ ବେଶୀ ଗୀତ ଗାଇ ନାହାନ୍ତି।

ତେବେ ବି ଟାଉନର ଫୁଲ ଟାଇମ ସିଙ୍ଗରମାନଙ୍କ ମଧ୍ୟରେ ଶ୍ରେୟା ଘୋଷାଲଙ୍କ ଫି’ ସବୁଠାରୁ ଅଧିକ। ମିଡିଆ ରିପୋର୍ଟ ଅନୁସାରେ ଶ୍ରେୟା ଘୋଷାଲ ଗୋଟିଏ ଗୀତ ପାଇଁ ୨୫ ଲକ୍ଷ ଟଙ୍କା ଦାବି କରିଥାନ୍ତି। ଦ୍ଵିତୀୟରେ ଅଛନ୍ତି ସୁନିଧି ଚୌହ୍ଵାନ। ସେ ଗୋଟିଏ ଗୀତ ପାଇଁ ୧୮ରୁ ୨୦ ଲକ୍ଷ ନେଇଥାନ୍ତି। ଅରିଜିତ ସିଂହଙ୍କ ଫି’ ମଧ୍ୟ ଏହା ପାଖାପାଖି ବୋଲି କୁହାଯାଉଛି।

ହାଇଏଷ୍ଟ ପେଡ ପାଞ୍ଚ ଜଣ ସିଙ୍ଗରଙ୍କ ମଧ୍ୟରେ ରହିଛି ସୋନୁ ନିଗମଙ୍କ ନାମ। ସୋନୁ ନିଗମ ଗୋଟିଏ ଗୀତ ପାଇଁ ୧୫ରୁ ୧୮ ଲକ୍ଷ ନେଇଥାନ୍ତି। ସେହିପରି ରାପର ବାଦଶାହ ଏବଂ ଦିଲଜିତ ଦୋସାଞ୍ଝ ଚଳିତ ବର୍ଷ ସେମାନଙ୍କ ଫି’ ବଢ଼ାଇ ଦେଇଛନ୍ତି। ଖୁବ ଶୀଘ୍ର ସେମାନେ ଟପ ପାଞ୍ଚଜଣ ଗାୟକଙ୍କ ମଧ୍ୟରେ ରହିବେ ବୋଲି ପ୍ରାକ ସୂଚନା ଦେଇ ସାରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button