ମୁହଁରୁ ପିଆଜର ଗନ୍ଧକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ପ୍ରାୟ ଅଧିକାଂଶ ଲୋକ ପିଆଜକୁ ସାଲାଡରେ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ କଞ୍ଚା ପିଆଜକୁ ଖାଇବା ଦ୍ବାରା ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସିଥାଏ। ଯେତେବେଳେ ଆପଣ କଞ୍ଚା ପିଆଜ ଖାଇଥାନ୍ତି ତେବେ ଆପଣଙ୍କ ନିଶ୍ବାସରେ ସମସ୍ୟା ଦେଖାଯାଇଥାଏ। ଏହାକୁ ଖାଇବା ପରେ ଆପଣ କାହା ପାଖରେ ବସି ମଧ୍ୟ ପାରିବେ ନାହିଁ। କିନ୍ତୁ ନିଶ୍ବାସରେ ପିଆଜର ଗନ୍ଧକୁ ଦୂର କରାଯାଇପାରିବ।
ଦୁର୍ଗନ୍ଧ ଦୂର କରିବା ପାଇଁ କରନ୍ତୁ ଏହି ଉପାୟ
ଧନିଆ ଏବଂ ପୁଦିନା ପତ୍ର : ଧନିଆ ଏବଂ ପୁଦିନା ପତ୍ରକୁ କିଛି ସମୟ ଯାଏ ଚୋବାନ୍ତୁ। ଏହା ପାଟିରୁ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ। ଗନ୍ଧକୁ ଦୂର କରିବା ପାଇଁ ପୁଦିନାର ଚା’ ମଧ୍ୟ ପିଇ ପାରିବେ।
ଲେମ୍ବୁ ଏବଂ ଗାଜର : ସାଲାଡରେ ପିଆଜ ଖାଇବା ଦ୍ବାରା ଗନ୍ଧକୁ ଦୂର କରିବା ପାଇଁ ସେଥିରେ ଲେମ୍ବୁ ଏବଂ ଗାଜରକୁ ବେଶି ପରିମାଣରେ ମିଶାନ୍ତୁ।
ସୋରିଷ ତେଲ : ଗୋଟିଏ ଚାମଚ ସୋରିଷ ତେଲ ନେଇ ତାକୁ ପାଟିରେ ରଖି ୩୦ ସେକେଣ୍ଡ ପର୍ୟ୍ୟନ୍ତ ଭଲଭାବେ ଏପଟ ସେପଟ କରନ୍ତୁ। ଏହାପରେ ଏହାକୁ ପାଟିରୁ ଫିଙ୍ଗି ଦିଅନ୍ତୁ।
ଗ୍ରୀନ ଟି ପିଅନ୍ତୁ : ଗ୍ରୀନ ଟି ଗନ୍ଧକୁ ଦୂର କରିବାରେ ସାହାଯ୍ୟକାରୀ ଅଟେ। ଏଥିପାଇଁ ନିଜର ନିଶ୍ବାସକୁ ତାଜା ରଖିବା ପାଇଁ ଆପଣ ଗ୍ରୀନ ଟିକୁ ସେବନ କରନ୍ତୁ।



