ଓଡିଶା

ଢେଙ୍କାନାଳରେ ଠାବ ହେଲା କୁକୁର ଭଳି ବୋବାଉଥିବା ବିଚିତ୍ର ସାପ, ଦେଖନ୍ତୁ Shocking ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ସୋସିଆଲ ମିଡିଆରେ ଏକ କଳା ରଙ୍ଗର ସାପ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସାପଟିକୁ ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ବୋଲି ଏହା ଖବର ମିଳିଛି ।

ବନ୍ଧୁଗଣ ଭିଡିଓରେ ସାପଟି କୁକୁର ପରି ଶବ୍ଦ କାଢୁ ଥିବାର ନଜର ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ସାପ ସହ ଜଡିତ ଅନେକ ଭ୍ରମାତ୍ମକ କାହାଣୀ ଆପଣ ମାନେ ଶୁଣିଥିବେ । ଭାରତରେ ୨୦୦ରୁ ଅଧିକ ପ୍ରଜାତିର ସାପ ରହିଛନ୍ତି ଓ ସେଥି ମଧ୍ୟରୁ ୧୦ଟି ପ୍ରଜାତି ମଣିଷ ପାଇଁ ବିପଦଜନକ । ଗତ ଜୁନ ୩ ତାରିଖ ଦିନ @Ganpsah1 ନାମକ ଜଣେ ୟୁଜର ଗୋଟିଏ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଏକ କଳା ରଙ୍ଗର ସାପ କୁକୁର ପରି ଶବ୍ଦ କାଢୁ ଥିବାର ନଜର ଆସୁଛି ।

ମିଡିଆ ରିପୋର୍ଟ ଅନୁସାରେ ଏହି ଭିଡିଓରେ ସେ ଦାବି କରିଛନ୍ତି ଯେ, ଢେଙ୍କାନାଳର କାମାକ୍ଷା ନଗର ଅନ୍ତର୍ଗତ ଗେଙ୍ଗୁତିଆ ଗ୍ରାମରେ ଏକ ବିଚିତ୍ର ସାପ ଦେଖିବାକୁ ମିଳିଛି । ଏହି ସାପଟି କୁକୁର ଭଳି ଶବ୍ଦ ବାହାର କରୁଥିବାର ସେ ଦାବି କରିବା ସହ ବନ ବିଭାଗକୁ ଏହାର ସତ୍ୟତା ଜାଣିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ଏହାପରେ ଜି ଓଡିଶା ଟିମ ଏହି ଭାଇରାଲ ଭିଡିଓର ସତ୍ୟତାକୁ ଜାଣିବା ପାଇଁ ତଦନ୍ତ କରିଥିଲା ।

ଟିମ ସେହି ଗ୍ରାମର କିଛି ଲୋକଙ୍କ ସହ ଯୋଗାଯୋଗ କରିଥିଲା ହେଲେ ସେହି ସ୍ଥାନରେ ଏଭଳି କିଛି ବିଚିତ୍ର ସାପ ମିଳି ନଥିଲା । ଏହାପରେ ସେମାନେ ସୋସିଆଲ ମିଡିଆରେ ଏହି ସାପ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ଓ ୟୁ ଟ୍ଯୂବରେ ଠିକ ଏହିପରି ଏକ ଭିଡିଓ ତାଙ୍କୁ ମିଳିଥିଲା ।

ୟୁଟ୍ୟୁବରେ ମିଳିଥିବା ଭିଡିଓକୁ Mike Martin ନାମକ ଜଣେ ୟୁଜର ଅପଲୋଡ କରିଥିଲେ । ସେ ଚଳିତବର୍ଷ ମେ ୫ ତାରିଖରେ ଏହାକୁ ଅପଲୋଡ କରିଥିବା ବେଳେ ଖବର ଲେଖା ହେବା ସୁଦ୍ଧା ଭିଡିଓକୁ ୧୪ ଲକ୍ଷ ୩୪ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାହୋଇଛି । Mike Martin ଏହାକୁ ସିଙ୍ଗିଗ ସ୍ନେକ ବା ଗୀତ ଗାଉଥିବା ସାପ ବୋଲି କହୁଛନ୍ତି । ତେବେ ଟିମ ମତରେ ଏହି ଭଡିଓର ସାଉଣ୍ଡ ଏଡିଟ୍ କରାଯାଇ ଥିବା ଜଣା ପଡିଛି ।

ଭାଇରାଲ ହୋଇଥିବା ସାପର ନାମ ହେଉଛି Eastern Hognose Snake । ଏହି ସାପଟି ଉତ୍ତର ଆମେରିକାରେ ଦେଖିବାକୁ ମିଳେ ଓ ଏହି ସାପଟି ଦେଖିବାକୁ ନାଗ ସାପ ପରି । ହେଲେ ଏହି ସାପ ମଣିଷ ପାଇଁ ବିପଦଜନକ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button