ଜୀବନଶୈଳୀ

ଏହି ପିତା ନିଜ ଝିଅର ବିବାହରେ ସୁନା – ଚାନ୍ଦି ଜାଗାରେ ଯୌତୁକରେ ଦେଇ ଦେଲେ ଏମିତି ଜିନିଷ, ଲୋକମାନେ କରୁଛନ୍ତି ଖାଲି ପ୍ରଶଂସା

ଆଜି ପର୍ଯ୍ୟନ୍ତ ଆପଣ ପ୍ରାୟତଃ ଦେଖିଥିବେ କି ଯେତେବେଳେ ଝିଅର ବିବାହ ଠିକ ହୋଇଥାଏ ତେବେ ଘର ଲୋକମାନେ ନିଜ ଝିଅର ସବୁ ଇଚ୍ଛାକୁ ପୁରା କରିଥାନ୍ତି । କାରଣ ବିବାହ ପରେ ଝିଅ ନିଜର ସବୁକିଛି ଛାଡି ଶଶୁର ଘରକୁ ଚାଲି ଯାଇଥାଏ । ସେଥିପାଇଁ ନିଜ ଝିଅକୁ ଖୁସି କରିବା ପାଇଁ ପିତା ମାତା ନିଜର ଝିଅକୁ ବହୁତ ସୁନା ଚାନ୍ଦି ଓ ଗାଡି ଉପହାର ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ କିଛି ଏମିତି କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ ହୋଇଯିବେ ।

ଏହି ମାମଲା ଗୁଜୁରାଟର ଅଟେ । ଗୁଜୁରାଟ ରାଜ୍ୟର ରାଜ୍ୟକୋଟ ସହରରେ ରହୁଥିବା କିନ୍ନରୀ ବା ଙ୍କ ବିବାହ ପୂର୍ବଜିତ ସିଂହଙ୍କ ସହିତ ଠିକ ହୋଇଥିଲା । ପୂର୍ବଜିତ ସିଂହ ଜଣେ ଇଞ୍ଜିନିୟର ଅଟନ୍ତି । ଯେତେବେଳେ କିନ୍ନରୀ ବା ଙ୍କ ବିବାହ ଠିକ ହୋଇଥିଲା ତ ତାଙ୍କର ପିତା ତାଙ୍କୁ ପଚାରିଲେ କି ତାଙ୍କୁ ନିଜ ବିବାହରେ କଣ ଦରକାର । ନିଜ ପିତାଙ୍କ ଏହି ପ୍ରଶ୍ନ ଉପରେ କିନ୍ନରୀ ବା ନିଜର ପିତାଙ୍କୁ କହିଲେ କି ତାଙ୍କୁ ଭାବିବା ପାଇଁ ଅଳ୍ପ ସମୟ ଦରକାର ।

କିନ୍ନରୀ ବା ଏହିଭଳି କହିବା ପରେ ସମସ୍ତଙ୍କୁ ଲାଗିଲା କି ସେ ଯୌତୁକରେ ଗହଣା କିମ୍ବା ଫରେନ ଟ୍ରିପ ଭଳି କିଛି ଡିମାଂଡ କରିବେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କିନ୍ନରୀ ବା ଏହିଭଳି କିଛି ଡିମାଣ୍ଡ କରିଲେ ନାହିଁ ।

କିନ୍ନରୀ ବା ନିଜର ପିତାଙ୍କୁ ଏକ ଲିସ୍ଟ ଦେଲେ ଯେଉଁଥିରେ ୨୨୦୦ ଟି ବହିର ନାମ ଲେଖା ହୋଇଥିଲା । ଏହି ଲିସ୍ଟକୁ ନିଜ ପିତାଙ୍କୁ ଦେଇ କିନ୍ନରୀ ବା କହିଲେ କି ମୋତେ ଯୌତୁକରେ ଏହା ଦରକାର । ନିଜ ଝିଅର ଇଚ୍ଛାର ମାନ ରଖି ତାଙ୍କ ପିତା ସେହି ବହି ଗୁଡିକୁ ଜମା କରିବା କାର୍ଯ୍ୟରେ ଲାଗିଗଲେ । ଲିସ୍ଟରେ ଲେଖା ହୋଇଥିବା ସବୁ ବହିକୁ ଜମା କରିବା ପାଇଁ ତାଙ୍କ ପିତାଙ୍କୁ ପୁରା ୬ ମାସ ଲାଗିଗଲା । କିନ୍ତୁ ତାଙ୍କର ପିତା ହାର ମାନିଲେ ନାହିଁ । ଯେତେବେଳେ ତାଙ୍କ ଝିଅର ବିଦାଇ ହେଲା ତ ସେ ନିଜ ଝିଅକୁ ସେହି ସବୁ ବହି ଉପହାର ସ୍ୱରୂପ ଦେଲେ ।

ସମୟ ବିତିବା ସହିତ ବର୍ତ୍ତମାନ ଏହା ଲାଗୁଛି କି ସତରେ ଲୋକମାନଙ୍କ ଚିନ୍ତାଧାରା ବଦଳିବାରେ ଲାଗିଛି ଓ ଲୋକମାନେ ବୁଦ୍ଧିମାନ ହେବାକୁ ଲାଗିଛନ୍ତି । କିନ୍ନରୀ ବାଙ୍କ କଥା କହିବା ତ ସେ ସବୁବେଳେ ବୁଦ୍ଧିମାନ ଓ ପ୍ରତିଭାଶାଳୀ ରହିଛନ୍ତି । କିନ୍ନରୀ ବାଙ୍କୁ ପିଲାଦିନୁ ହିଁ ବହି ପଢିବାର ଇଛା ଥିଲା । ସେ ପଢା ଲେଖାରେ ବି ବହୁତ ଭଲ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି କିନ୍ନରୀ ବାଙ୍କ ବିବାହରେ ଲୋକମାନଙ୍କ ତରଫରୁ ତାଙ୍କୁ ୨୦୦ ଟି ବହିର ଉପହାର ମିଳିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button