ବିଚାର

ଘରୁ ଝିଟିପିିଟି ଦୂର କରିବାରେ ଏହା ହେଉଛି ଚମତ୍କାରୀ ଉପାୟ !

ପ୍ରାୟ ସମସ୍ତଙ୍କ ଘରେ ଝିଟିପିଟି ରହିଥାନ୍ତି। ଲୋକମାନେ ଏହାଠାରୁ ରକ୍ଷା ପାଇବା ପାଇଁ ପେଷ୍ଟ କେଣ୍ଟ୍ରୋଲ କରିଥାନ୍ତି ଏବଂ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ। ଅଧିକ ରାସାୟନିକ ପଦାର୍ଥ ଦ୍ୱାରା ଘରୁ ଝିଟିପିଟି ତ ପଳେଇଥାନ୍ତି କିନ୍ତୁ ଆପଣଙ୍କ ଘର ରସାୟନ ଦୁଷ୍ପ୍ରଭାବରୁ ରକ୍ଷା ପାଇନଥାଏ। ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ସମାଧାନ ବିଷୟରେ ଜଣାଇବୁ।

-ଝିଟିପିଟି ଘଉଡାଇବା ପାଇଁ ସବୁଠାରୁ ସହଜ ଉପାୟ ଅଟେ। ଯେଉଁ ବାଟ ଦେଇ ଝିଟିପିଟି ଯିବା ଆସିବା କରନ୍ତି ସେହି ବାଟରେ କିଛି ମୟୁରପୁଚ୍ଛ ରଖିଦିଅନ୍ତୁ। ମୟୁର ଝିଟିପିଟିର ଶତ୍ରୁ ତେଣୁ ଏହାର ଗନ୍ଧରେ ଝିଟିପିଟି ଘରୁ ଦୂରେଇ ଯାଇଥାଏ।

lizard-ରସୁଣର ଗନ୍ଧକୁ ଝିଟିପିଟି ସହ୍ୟ କରିପାରନ୍ତି ନାହିଁ। ରସୁଣ କୋଲାକୁ ସୂତାରେ ଗୋଡାଇ ଏକ ମାଳ ବନାଇ ଦିଅନ୍ତୁ ଏବଂ ତାହାକୁ ସେହି ସ୍ଥାନରେ ରଖିଦିଅନ୍ତୁ ଯେଉଁଠି ଝିଟିପିଟି ମାନେ ରହିଥାନ୍ତି। କାରଣ ରସୁଣ ଗନ୍ଧରେ ଝିଟିପିଟି ଘରର ପାଖ ମାଡିବେ ନାହିଁ।

-ପାଣିରେ କଳାମରୀଚ ପାଉଡର ମିଶାଇ ସ୍ପେ ପ୍ରସ୍ତୁତ କରିନିଅନ୍ତୁ। ଝିଟିପିଟି ଦେଖାଯାଉଥିବା ସ୍ଥାନରେ ସ୍ପ୍ରେ କରିଦିଅନ୍ତୁ। ଏହି ସ୍ପ୍ରେର ଗନ୍ଧ ଝିଟିପିଟିକୁ ସମସ୍ୟାରେ ପକାଇଦେଇଥାଏ। ଝରକା ଏବଂ କବାଟର ଆଖପାଖରେ ତଥା ଝିଟିିପିଟିର ଯିବା ଆସିବା ବାଟରେ ସ୍ପ୍ରେ କରିଦିଅନ୍ତୁ। ଏମିତି କଲେ ଘରକୁ ଝିଟିପିଟି ଆସିନଥାଏ।

-କପଡା ଏବଂ ବାଥରୁମରେ ରଖାଯାଉଥିବା ଗନ୍ଧକର୍ପୁର ଗୋଲିକୁ ମଧ୍ୟ ଝିଟିପିଟି ଘଉଡାଇବାର ବହୁତ କାମରେ ଆସିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button