ବିଚାର

ଘରେ ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ କଣ୍ଡିସନର, ଏବେ କେଶରେ ନିଅନ୍ତୁ ପୂରା ଯତ୍ନ

ଭଲ କେଶ ପ୍ରାୟ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ ବହୁତ ଜିନିଷର ବ୍ୟବହାର ମଧ୍ୟ କରିଥାନ୍ତି। କେଶରେ କଣ୍ଡିସନର ଲଗାଇବା ଦ୍ୱାରା କେଶ ନରମ ଓ ମୁଲାୟମ ରହିଥାଏ। କିନ୍ତୁ ଆମେ ବ୍ୟବହାର କରୁଥିବା କଣ୍ଡିସନରରେ କେମିକାଲ ଥିବାରୁ ଏହା କେଶ ଉପରେ ଭଲ ବଦଳରେ ଖରାପ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ କେଶକୁ ଆହୁରି ଖରାପ କରିଦେଇଥାଏ।

ତେବେ ଯଦି ଆମେ ଘରୋଇ ଉପାୟରେ ପ୍ରାକୃତିକ କଣ୍ଡିସନର ପ୍ରସ୍ତୁତ କରି ଏହାକୁ ବ୍ୟବହାର କଲେ କେଶ ନରମ, ରେଶମୀ ହେବା ସହ କୌଣସି କୁପ୍ରଭାବ ପଡ଼ିନଥାଏ। ପ୍ରାକ୍ରୁତିକ ଜିନିଷ ଯଥା କ୍ଷୀର ଓ କଦଳୀ କେଶକୁ ମଜଭୂତ କରିବା ସହ ରେଶମୀ କରିଥାଏ। ତେବେ ଜାଣନ୍ତୁ ଘରେ କିପରି କ୍ଷୀର ଓ କଦଳୀକୁ ବ୍ୟବହାର କରି ଏହି କଣ୍ଡିସନର ପ୍ରସ୍ତୁତ କରିବେ।

କଣ୍ଡିସନର ପାଇଁ ଆବଶ୍ୟକ ସାମଗ୍ରୀ :

mil conditionerସର୍ବପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ। ଏବେ ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏହି ମିଷ୍ରଣକୁ କେଶର ଶେଷ ଭାଗ ଓ ମୂଳରେ ଭଲ ଭାବେ ଲଗାଇ ୩୦ ମିନିଟ ରଖନ୍ତୁ।

୩୦ ମିନିଟ ପରେ ସାମାନ୍ୟ ଉଷୁମ ପାଣିରେ କେଶକୁ ଧୋଇ ପୁଣି ଭଲ ଭାବେ ସାମ୍ପୁ କରି ଦିଅନ୍ତୁ। ଏପରି ସପ୍ତାହକୁ ୨ ଥର ଲଗାନ୍ତୁ। ଏପରି କରିବା ଦ୍ବାରା ଆପଣ ନିଜେ ଅନୁଭବ କରିବେ ଯେ, ବଜାରରେ ବିକ୍ରି ହେଉଥିବା କଣ୍ଡିସନର ଅପେକ୍ଷା ଏହି ପ୍ରାକ୍ରୁତିକ କଣ୍ଡିସନର କେଶକୁ ମୁଲାୟମ, ସୁସ୍ଥ କରିବା ସହ କୌଣସି କୁପ୍ରଭାବ ପକାଇନଥାଏ।।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button